ଭୁବନେଶ୍ୱର, 9 ଜୁନ୍ (ହି.ସ.)
- ଦୁର୍ନୀତିର ମୁଳପୋଛ କରିବା ପାଇଁ ଆମ ସରକାରର ଅଭିଯାନ
ଆରମ୍ଭ ହୋଇଛି । କେହି ବି ବର୍ତ୍ତିବେ ନାହିଁ। ଏହାରି ଭିତରେ ଅନେକ ସରକାରୀ ଅଧିକାରୀ ଅସାଧୁ
କାର୍ଯ୍ୟ ପାଇଁ ଭିଜିଲାନ୍ସ ଜାଲରେ ପଡିଛନ୍ତି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ
ପୂଜାରୀ । ଅନେକ ଅଧିକାରୀ ଗିରଫ ହୋଇକି ଜେଲରେ ଅଛନ୍ତି । ୪ ଓ ୫ ତାରିଖରେ ସମସ୍ତ ଅଧିକାରୀଙ୍କୁ
ଡାକି ଦୁର୍ନୀତି ବନ୍ଦ କରିବାକୁ ଚେତାବନୀ ଦେଇଥିଲୁ । ଆଉ ଗତକାଲି ଜଣେ ଆଇଏଏସ୍ ଅଧିକାରୀଙ୍କ
ଘରୁ ୪୭ ଲକ୍ଷ ଟଙ୍କା ଜବତ ହୋଇଛି । ଏବଂ ୧୦ ଲକ୍ଷ ଟଙ୍କା ଜଣେ କ୍ରସର ବେପାରୀଙ୍କ ଠୁ ନେବା ଧମକ
ଦେଇ ମାଗିଥିଲେ । ପୁଣି ଥରେ କହୁଛୁ ଏବେ ବି ସମୟ ଅଛି ସମସ୍ତେ ସତର୍କ ହୋଇ ଯାଆନ୍ତୁ । କେହି
ବର୍ତ୍ତିବେ ନାହିଁ । ଦୁର୍ନୀତି ବିରୋଧରେ ଶୁନ୍ୟ ସହନଶୀଳତା ନୀତି ଆମ ସରକାରଙ୍କ ସଂକଳ୍ପ ।
ଦୁର୍ନୀତି ଯିଏ କରିବ ସିଏ ଜେଲ ଯିବ । ଯେଉଁଠି ଥିଲେ ବି ବନ୍ଧା ହେବ । ଲୋକମାନେ ଏଥିରେ ଆମକୁ
ସହଯୋଗ କରନ୍ତୁ । କେହି ବି ଲାଞ୍ଚ ଦିଅନ୍ତୁ ନାହିଁ । ଲାଞ୍ଚ ନେବା ଯେତେ ବଡ଼ ଅପରାଧ ଦେବା
ମଧ୍ୟ ସମ ପରିମାଣର ଅପରାଧ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା