ଭୁବନେଶ୍ୱର, 9 ଜୁନ୍ (ହି.ସ.)
- ପୂର୍ବତନ
ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶଥପଥୀଙ୍କ ଆଜି ହେଉଛି 94 ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ଭୁବନେଶ୍ୱରରେ ଥିବା ନନ୍ଦିନୀ
ଶଥପଥୀଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ତଥାଗତ ଶଥପଥୀ । ଅନେକ
ରାଜନୈତିକ ବ୍ୟକ୍ତି ଏହି ଅବସରରେ ଯୋଗ ଦେଇଥିଲେ ।
ଏହି ଅବସରରେ ତଥାଗତ ଶଥପଥୀ
କହିଛନ୍ତି ଯେଉଁମାନେ ରାଜନୈତିକ ନେତୃତ୍ୱ ନେଉଛନ୍ତି ସେମାନେ ନୁହେଁ ଯେଉଁମାନେ ସାମାଜିକ ନେତୃତ୍ୱ
ନେଉଛନ୍ତି ମୋର ବନ୍ଧୁବର୍ଗ ସମସ୍ତେ ଏକାଠି ହୋଇ ନନ୍ଦିନୀ ଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛୁ । ଓଡ଼ିଶାରେ
ଏକ ନୂଆ ରୂପ ଆରମ୍ଭ ହେଉ ବୋଲି ଆମେ ଆଶା ରଖିଛୁ । ନାରୀ ମାନଙ୍କୁ ପୁରୁଷଙ୍କର ଦୟା ଆବଶ୍ୟକ
ନାହିଁ,
ପୁରୁଷମାନେ କେବଳ ନାରୀଙ୍କୁ ରାସ୍ତା ଛାଡିଦେଲେ ହେଲା । ଆମ ମାନଙ୍କର
ଚରିତ୍ର ହେଉଛି ଆମେ କାହାକୁ ରାସ୍ତା ଛାଡୁନାହାନ୍ତି। ପୁରୁଷ ନାରୀଙ୍କୁ ବାଟ ଛାଡିଲେ ସମାଜ
ଆଗକୁ ଯିବ ବୋଲି ତଥାଗତ ଶତପଥୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା