ସଡକ ଦୁର୍ଘଟଣାରେ ଗୋରଖପୁରର ତିନିଜଣ ଲୋକଙ୍କ ମୃତ୍ୟୁ,ତିନି ଆହତ
ଶାହଜହାଁପୁର 9 ଜୁନ (ହି.ସ)-ରୋଜା ଥାନା ଅଞ୍ଚଳରେ ସୋମବାର ସକାଳେ ଭୟଙ୍କର ସଡକ ଦୁର୍ଘଟଣାରେ ତିନିଜଣଙ୍କର ମୃତ୍ୟୁ ଘଟିଛି ଏବଂ ତିନିଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି।ପୋଲିସ ଆହତମାନଙ୍କୁ ସରକାରୀ ମେଡିକାଲ କଲେଜରେ ଭର୍ତ୍ତୀ କରିଛି ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲି
ସଡକ ଦୁର୍ଘଟଣାରେ ଗୋରଖପୁରର ତିନିଜଣ ଲୋକଙ୍କ ମୃତ୍ୟୁ,ତିନି ଆହତ


ଶାହଜହାଁପୁର 9 ଜୁନ

(ହି.ସ)-ରୋଜା ଥାନା ଅଞ୍ଚଳରେ ସୋମବାର ସକାଳେ ଭୟଙ୍କର ସଡକ ଦୁର୍ଘଟଣାରେ ତିନିଜଣଙ୍କର ମୃତ୍ୟୁ

ଘଟିଛି ଏବଂ ତିନିଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି।ପୋଲିସ ଆହତମାନଙ୍କୁ ସରକାରୀ ମେଡିକାଲ କଲେଜରେ

ଭର୍ତ୍ତୀ କରିଛି ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।ପୋଲିସ ମୃତଦେହଗୁଡିକୁ ପୋଷ୍ଟମଟମ ପାଇଁ

ପଠାଇଛି ଏବଂ ଘଟଣାର ତଦନ୍ତ କରୁଛି।ପ୍ରଭାରୀ ନିରୀକ୍ଷକ ରାଜୀବ କୁମାର କହିଛନ୍ତି ଯେ ସୋମବାର

ସକାଳ ପ୍ରାୟ ଛଅଟା ସମୟରେ ଥାନା ରୋଜା ଅଞ୍ଚଳରେ ଲକ୍ଷ୍ନୌ ସୀତାପୁର ରାଜପଥର ଜମୁକା ଗ୍ରାମ ନିକଟରେ ନୈନିତାଲ ଯାଉଥିବା ପର୍ଯ୍ୟଟକଙ୍କ କାର ଜାତୀୟ

ରାଜପଥରେ ଠିଆ ହୋଇଥିବା ଟ୍ରକର ପଛପଟୁ ଧକ୍କା ଦେଇଛି।ପୋଲିସ ଆହତଙ୍କୁ ସରକାରୀ ମେଡିକାଲ କଲେଜରେ

ଭର୍ତ୍ତୀ କରିଥିଲା ଯେଉଁଠାରେ ଶିବମ,ମାଧବନ ତଥା ଶ୍ୱେତାର ମୃତ୍ୟୁ ଘଟିଛି।ଘଟଣାର ସୁଚନା ମିଳିବା

ମାତ୍ରେ କ୍ଷେତ୍ର ଅଧିକାରୀ ସଦର ପ୍ରୟାଂଙ୍କ ଜୈନ

ସରକାରୀ ମେଡିକାଲ କଲେଜ ପହଁଞ୍ଚି

ଆହତମାନଙ୍କ ଅବସ୍ଥା ପଚାରି ବୁଝିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande