ବଲାଙ୍ଗିର, ୧ ଜୁଲାଇ (ହି.ସ.)- ଜିଲ୍ଲାରେ ଆଜି ୭୬ ତମ ବନ ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ବଲାଙ୍ଗିର ଅଞ୍ଚଳ ବନାଧିକାରୀ ଅଜିତ କୁମାର ବିଶି ସବୁଜ ପତାକା ଦେଖାଇ ସଚେତନତା ପାଇଁ ସବୁଜ ରଥ କୁ ଉଦଘାଟନ କରିଥିଲେ । ଏହି ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କୁ ସଚେତନତା କରିବା ସହିତ ଲୋକଙ୍କୁ ଚାରା ଯୋଗାଇ ଦେବ।
ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ବନ ବିଭାଗ କର୍ମଚାରୀ ମାନଙ୍କ ସମେତ ସବୁଜ ବଲାଙ୍ଗିର କର୍ମକର୍ତ୍ତା ଓ ଅନ୍ୟାନ୍ୟ ସ୍ବେଛାସେବୀ ମାନେ ଯୋଗଦେଇଥିଲେ । ଏହି କ୍ରମରେ ଆଜି ସାଗୁଆ ବଲାଙ୍ଗିର ଦ୍ଵାରା ଆରମ୍ଭ ହୋଇଥିବା ବନୀକରଣ କାର୍ଯ୍ୟରେ ଯୋଗଦାନ କରିଥିବା ବଲାଙ୍ଗିର ସାଗୁଆପ୍ରେମୀ ବନ୍ଧୁମାନେ ଉପସ୍ଥିତ ରହି ଚାରାରୋପଣ ଆରମ୍ଭ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ