ଶ୍ରମିକ ସଂଗଠନ ନିର୍ବାଚନ ପାଇଁ ଏଚ୍‌ଏମ୍‌ଏସର ପ୍ରସ୍ତୁତି
ସମ୍ବଲପୁର, ୦୧ ଜୁଲାଇ (ହି.ସ.) ସମ୍ବଲପୁର ହୀରାକୁଦ ସ୍ଥିତ ହିଣ୍ଡାଲକୋ ପାୱାରର ଅବସରପ୍ରାପ୍ତ ଶ୍ରମିକ ନେତା ତଥା କର୍ମକର୍ତାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଇଣ୍ଡଲ ହୀରାକୁଦ ପାୱାର ୱାର୍କର୍ସ ୟୁନିୟନ ପକ୍ଷରୁ ହୀରାକୁଦ ଠାରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଂଗଠନ ସଭାପତି ମହମ୍ମଦ ମୁର୍
ଶ୍ରମିକ ସଂଗଠନ ନିର୍ବାଚନ ପାଇଁ ଏଚ୍ଏମ୍ଏସ ର ପ୍ରସ୍ତୁତି


ସମ୍ବଲପୁର, ୦୧ ଜୁଲାଇ (ହି.ସ.) ସମ୍ବଲପୁର ହୀରାକୁଦ ସ୍ଥିତ ହିଣ୍ଡାଲକୋ ପାୱାରର ଅବସରପ୍ରାପ୍ତ ଶ୍ରମିକ ନେତା ତଥା କର୍ମକର୍ତାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଇଣ୍ଡଲ ହୀରାକୁଦ ପାୱାର ୱାର୍କର୍ସ ୟୁନିୟନ ପକ୍ଷରୁ ହୀରାକୁଦ ଠାରେ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ସଂଗଠନ ସଭାପତି ମହମ୍ମଦ ମୁର୍ତୁଜା ସଭାପତିତ୍ୱ କରିଥିଲେ। ଏଥିରେ ଅବସର ପ୍ରାପ୍ତ ଶ୍ରମିକ ନେତା ବିଦ୍ୟୁତ ବିଭାଗର ଦୁର୍ଯ୍ୟଧନ ମହାନ୍ତି, ପରିଚାଳନା ବିଭାଗର ବିଜୟ ପଣ୍ଡା, କଣ୍ଟ୍ରାକ୍ଟର କର୍ମଚାରୀ ଡମ୍ବରୁ ବଂଛୋର, ପ୍ରତାପ ମହାନ୍ତି ,ଅଶୋକ ମହାନ୍ତିଙ୍କୁ ପ୍ରଶଂସା ପତ୍ର ଓ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଆଜିର ଏହି ସମ୍ବର୍ଦ୍ଧନା ସଭାରେ ହିନ୍ଦ ମଜଦୁର ସଭା ର ରାଜ୍ୟ କାର୍ଯ୍ୟକାରୀ ସଭାପତି ବିଜୟ ମହାନ୍ତି, ଉପ ସାଧାରଣ ସମ୍ପାଦକ ଗୋକୁଳ ମେହେର, ରାଜ୍ୟ ସମ୍ପାଦକ ତଥା ପାୱାର ୟୁନିୟନର ଉପଦେଷ୍ଟା ସଞ୍ଜିତ ମହାନ୍ତି, ଛାତ୍ର ନେତା ମିଳନ ହୋତା ଉପସ୍ଥିତ ଉପସ୍ଥିତ ରହି କର୍ମକର୍ତାଙ୍କୁ ସେବା ଓ ନିଷ୍ଠା ପାଇଁ ଶୁଭେଚ୍ଛା ତଥା ସମ୍ବର୍ଦ୍ଧନା ଜଣେଇଥିଲେ କ୍ଷ ଉପରୋକ୍ତ ବକ୍ତାମାନେ ଆସନ୍ତା ଜୁଲାଇ ୪ରେ ଥିବା ଶ୍ରମିକ ସଂଗଠନ ନିର୍ବାଚନରରେ ଇଣ୍ଡଲ ହୀରାକୁଦ ପାୱାର ୱାର୍କର୍ସ ୟୁନିୟନ କୁ ଉଦିତ ସୁର୍ଯ୍ୟ ଚିହ୍ନରେ ବିପୁଳ ସଂଖ୍ୟାରେ ମତଦାନ କରି ଜୟଯୁକ୍ତ କରେଇବା ସହ ଆଗାମୀ ଦିନରେ ଶ୍ରମିକମାନଙ୍କ ନ୍ୟାୟଚିତ ସ୍ୱାର୍ଥ ପାଇଁ ଲଢେଇରେ ସାମିଲ ହେବାପାଇଁ ଆହ୍ୱାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ରୋଶନ ସିଂ, ସାଧାରଣ ସମ୍ପାଦକ ଯୋଗୀନ୍ଦ୍ର ବେହେରା, ଯୁବନେତା ଦେବଜ୍ୟୋତି ପଟ୍ଟନାୟକ, ସୁମିତ ପଟେଲ, ଚୁମନ ପ୍ରଧାନ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande