ମାଁ ସମଲେଶ୍ବରୀ ମନ୍ଦିର ସହିତ ଅଡିଟୋରିୟମ ଓ ଟାଉନହଲ ର ସ୍ଥିତି ଅନୁଧ୍ୟାନ କଲେ ବିଧାୟକ କଳିକେଶ
ବଲାଙ୍ଗିର, 1 ଜୁଲାଇ (ହି.ସ.) ବଲାଙ୍ଗିର ବିଜାଖମନ ଠାରେ ନିର୍ମାଣାଧିନ ଅଡିଟୋରିୟମ ର କାର୍ଯ୍ଯ କଚ୍ଛପ ଗତିରେ ଆଗେଇ ଚାଲିଥିବା ହେତୁ ବିଭାଗୀୟ ଅଧିକାରୀଙ୍କ ସହିତ ସ୍ଥିତି ଅନୁଧ୍ୟାନ କରି ସ୍ବଳ୍ପ ସମୟ ମଧ୍ଯରେ କାର୍ଯ୍ଯ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବଲାଙ୍ଗିର ଟାଉନହଲ ର ସ୍
ମାଁ ସମଲେଶ୍ବରୀ ମନ୍ଦିର ସହିତ ଅଡିଟୋରିୟମ ଓ ଟାଉନହଲ ର ସ୍ଥିତି ଅନୁଧ୍ୟାନ କଲେ ବିଧାୟକ କଳିକେଶ


ମାଁ ସମଲେଶ୍ବରୀ ମନ୍ଦିର ସହିତ ଅଡିଟୋରିୟମ ଓ ଟାଉନହଲ ର ସ୍ଥିତି ଅନୁଧ୍ୟାନ କଲେ ବିଧାୟକ କଳିକେଶ


ମାଁ ସମଲେଶ୍ବରୀ ମନ୍ଦିର ସହିତ ଅଡିଟୋରିୟମ ଓ ଟାଉନହଲ ର ସ୍ଥିତି ଅନୁଧ୍ୟାନ କଲେ ବିଧାୟକ କଳିକେଶ


ବଲାଙ୍ଗିର, 1 ଜୁଲାଇ (ହି.ସ.)

ବଲାଙ୍ଗିର ବିଜାଖମନ ଠାରେ ନିର୍ମାଣାଧିନ ଅଡିଟୋରିୟମ ର କାର୍ଯ୍ଯ କଚ୍ଛପ ଗତିରେ ଆଗେଇ ଚାଲିଥିବା ହେତୁ ବିଭାଗୀୟ ଅଧିକାରୀଙ୍କ ସହିତ ସ୍ଥିତି ଅନୁଧ୍ୟାନ କରି ସ୍ବଳ୍ପ ସମୟ ମଧ୍ଯରେ କାର୍ଯ୍ଯ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବଲାଙ୍ଗିର ଟାଉନହଲ ର ସ୍ଥିତି ଅନୁଧ୍ୟାନ କରି କାର୍ଯ୍ଯ କରୁଥିବା ସଂସ୍ଥା ଏନବିସିସି ର କାର୍ଯ୍ୟଶୈଳୀ ରେ କ୍ଷୁବ୍ଧ ହୋଇ କାର୍ଯ୍ଯାଦେଶ ରଦ୍ଦ କରିବାକୁ ବିଭାଗର ପ୍ରମୁଖ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ପରେ ଐତିହାସିକ ମାଁ ସମଲେଶ୍ବରୀଙ୍କ ମନ୍ଦିର ପରିଦର୍ଶନ କରି ମନ୍ଦିର କମିଟି ସହିତ ଆଲୋଚନା କରି କାର୍ଯ୍ଯ କାହିଁକି ବିଳମ୍ବ ହେଉଛି ତାର କାରଣ ପଚାରି ବୁଝିବାବେଳେ କମିଟିର ସଦସ୍ଯ ମାନଙ୍କ ଗୋଟିଏ ମାତ୍ର ଅଭିଯୋଗ କି ମନ୍ଦିର ର ସମଗ୍ର ଜମିର ପୁନରୁଦ୍ଧାର ସହିତ ଭବ୍ଯ ମନ୍ଦିର ର ଉନ୍ନତିକରଣ କାର୍ଯ୍ଯ କରିବା ସହିତ ମନ୍ଦିର କୁ ବର୍ଷା ସମୟରେ ପସୁଥିବା ଡ୍ରେନେଜ ପାଣି ନିଷ୍କାସିତ କିପରି ହୋଇପାରିବ ତାକୁ ଗୁରୁତ୍ୱ ଦେଇ ଉପଜିଲ୍ଲାପାଳ ପୂର୍ତ୍ତ ବିଭାଗ ର ମୁଖ୍ଯ ଯନ୍ତ୍ରୀ ତହସିଲଦାର ସମେତ କାର୍ଯ୍ଯ କରୁଥିବା ସଂସ୍ଥା ର ଅଧିକାରୀ ଙ୍କୁ ଜନସାଧାରଣଙ୍କ ଉପସ୍ଥିତିରେ ସାତଦିନ ଭିତରେ ମାଁଙ୍କ ଜମୀ ଚିହ୍ନଟ କରି ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରିଶେଷରେ ଖୁଜେନପାଲି ଠାରେ ନବନିର୍ମିତ କୁଲତା ସମାଜ ର ଗୃହ ର ଶୁଭ ଉଦଘାଟନ କରିଥିଲେ ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂହଦେଓ । ଏହା ଆଗରୁ ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ଭାନପୁର , ପ୍ରତାପରୁଦ୍ରପୁର , ଶିବତଲା , ଫୁଲଝରନ ଠାରେ ଗ୍ରାମ୍ଯ ଜଳଯୋଗାଣ ବିଭାଗ ତରଫରୁ ନବନିର୍ମିତ ପାନୀୟଜଳ ଯୋଗାଣ ପ୍ରକଳ୍ପ ର ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ମାନଙ୍କରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ସଦରବ୍ଲକ ଅଧ୍ୟକ୍ଷା ସରିତା ବାଗ ଉପସ୍ଥିତ ଥିଲେ

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande