କେନ୍ଦୁଝର, ୧ ଜୁଲାଇ (ହି.ସ.)- ଭୁବନେଶ୍ୱର ମହାନନଗର ନିଗମ (ବିଏମ୍ସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ରାଜ୍ୟର ବିଭିନ୍ନ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି। କଟକ, ଜଗତସିଂହପୁର ଓ ଝାରସୁଗୁଡ଼ା ସମେତ ବାଲେଶ୍ୱର, ଭଦ୍ରକ, ସୁବର୍ଣ୍ଣପୁର, ଗଂଜାମ ଜିଲ୍ଲାର ଓଏଏସ୍ ଅଧିକାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି।
ଏଥିରେ ସାମିଲ ହୋଇ କେନ୍ଦୁଝର ଜ଼ିଲ୍ଲାରେ ସମସ୍ତ ଓଏଏସ୍ ଅଧିକାରୀ ସମୂହ ଛୁଟିରେ ରହିବା ସହ କଲମ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏନେଇ ଅଧିକାରୀମାନେ ଆଜି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏହି ଆନ୍ଦୋଳନ ଫଳରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA