ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ ସଚିବଙ୍କୁ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କଲା ଓଡ଼ିଶା ଅମଲା ସଂଘ
ଜୟପୁର, ୧ ଜୁଲାଇ (ହି.ସ.)-ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ ସଚିବଙ୍କୁ ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କଲା ଓଡ଼ିଶା ଅମଲା ସଂଘ I ଏନେଇ ଓଡ଼ିଶା ଅମଲା ସଂଘ ରାଜ୍ୟ ସାଧାରଣ ସମ୍ପାଦକ ପତ୍ର ସଂଖ୍ୟା ୧୦୯ ତା ୩୦ ୦୬ ୨୦୨୫ ରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କୁ ପତ୍ର ମାଧ୍ୟମରେ
ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ ସଚିବ ଙ୍କୁ ଆକ୍ରମଣ ଘଟଣାକୁ ତିବ୍ର ନିନ୍ଦା କଲା ସଂଘ


ଜୟପୁର, ୧ ଜୁଲାଇ (ହି.ସ.)-ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ ସଚିବଙ୍କୁ ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କଲା ଓଡ଼ିଶା ଅମଲା ସଂଘ I ଏନେଇ ଓଡ଼ିଶା ଅମଲା ସଂଘ ରାଜ୍ୟ ସାଧାରଣ ସମ୍ପାଦକ ପତ୍ର ସଂଖ୍ୟା ୧୦୯ ତା ୩୦ ୦୬ ୨୦୨୫ ରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି I ଉକ୍ତ ଘଟଣାକୁ ନେଇ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଶଶୀଭୂଷଣ ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି I ସଭାପତି ଶଶୀଭୂଷଣ ଦାଶ୍ ଉକ୍ତ ଘଟଣାର ତୀବ୍ର ନିନ୍ଦା କରିବା ସହିତ, ଅତିରିକ୍ତ ସଚିବଙ୍କୁ ସୁରକ୍ଷା ଦେବା ସହିତ ଏ ଦିଗରେ ଉଚିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କୁ ଅନୁରୋଧ କରିଥିଲେ Iଶ୍ରୀ ଦାଶ୍ କହିଥିଲେ ଯେ, କର୍ମଚାରି ମାନେ ସରକାରଙ୍କ ସେବକ ହୋଇ ସରକାରଙ୍କ ସମସ୍ତ ଯୋଜନାର ସଫଳ ରୁପାୟନ କରନ୍ତି ଦରକାର ସ୍ଥଳେ ଦିନରାତି ମଧ୍ୟ କାମ କରନ୍ତି ତାଙ୍କ ନିଜ କର୍ମଚାରିଙ୍କୁ ମାଡ଼ ମାରିବା ନିଶ୍ଚିତ ଭାବରେ ଲଜ୍ଜାଜନକ ବୋଲି ମତ ଦେଇଥିଲେ I ସମସ୍ତ ଉପସ୍ଥିତ ଅମଲା କର୍ମଚାରି ଏଇ ଘଟଣାର ଦୃଢ଼ ନିନ୍ଦା କରିବା ସହିତ ଅତିରିକ୍ତ ସଚିବଙ୍କୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ଅନୁରୋଧ କରିଥିଲେ. Iଉକ୍ତ ବୈଠକରେ ସଞ୍ଜୟ କୁମାର ପଣ୍ଡା ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଜଗନ୍ନାଥ ଦାଶ, କୈଳାସ ସାମନ୍ତରାୟ, ପଦ୍ମେଶ୍ବର ବିଷୋୟୀ, ବାଳ ଗୋପାଳ ମିଶ୍ର, ଗୈରି ପ୍ରସାଦ ଦାଶ୍, ସାନ୍ତୁନୁ ଜେନା ବରିଷ୍ଠ ସଦସ୍ୟଙ୍କ ସମେତ ବହୁ ଅମଲା ଯୋଗଦାନ କରିଥିଲେ। ପରିଶେଷରେ ଶ୍ରୀ ଦାଶ୍ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ I

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande