ପାଟଣା ବନବିଭାଗ ପକ୍ଷରୁ ୭୬ତମ ବନ ମହୋତ୍ସବ ପାଳନ
ପାଟଣା ବନବିଭାଗ ପକ୍ଷରୁ ୭୬ତମ ବନ ମହୋତ୍ସବ ପାଳନ କେନ୍ଦୁଝର, 1 ଜୁଲାଇ (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ସାରା ଦେଶରେ ଗାଁ ଠୁ ସହର ଯାଏ ବ୍ୟାପକ ବୃକ୍ଷ ରୋପଣ ପାଇଁ ଆହ୍ନାନ ଦେଇଛନ୍ତି ।. ମାଆଙ୍କ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତେକ ମଣିଷ ନିଜ ମାଙ୍କ ପାଇଁ ଗଛ
Bana mahotasav at patana


ପାଟଣା ବନବିଭାଗ ପକ୍ଷରୁ ୭୬ତମ ବନ ମହୋତ୍ସବ ପାଳନ

କେନ୍ଦୁଝର, 1 ଜୁଲାଇ (ହି.ସ.) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନ କ୍ରମେ ସାରା ଦେଶରେ ଗାଁ ଠୁ ସହର ଯାଏ ବ୍ୟାପକ ବୃକ୍ଷ ରୋପଣ ପାଇଁ ଆହ୍ନାନ ଦେଇଛନ୍ତି ।. ମାଆଙ୍କ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତେକ ମଣିଷ ନିଜ ମାଙ୍କ ପାଇଁ ଗଛଟିଏ ଲଗାନ୍ତୁ।. ତାଙ୍କ ତ୍ୟାଗ ସମର୍ପଣ ଭାବନାକୁ ମନେ ପକାଇବା ସହିତ ଗାଁ ପରିମଳ ସୁସ୍ଥ ରଖିବା ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିବା ଏହି କାର୍ଯ୍ୟକ୍ରମ ପାଟଣା ବନ ବିଭାଗ ପକ୍ଷରୁ ଖିରେଇଟାଙ୍ଗିରି ସେକ୍ସନ ବେଲପଶି ଗ୍ରାମରେ ୭୬ତମ ବନ ଉତ୍ସବ ଉଦଘାଟନ ହୋଇଛି। ପାଟଣା ରେଞ୍ଚ ଅଧିକାରୀ ବନବିହାରୀ ସର୍ଦ୍ଧାର ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ଉଦଘାଟନ କରିଥିଲେ। ସଂମ୍ମାନିତ ଅତିଥିଭାବେ ଏସିଫ ସୁଦୀପ୍ତ ପଣ୍ଡା, ନାଏକ ସରପଞ୍ଚ ଝାଡେଶ୍ୱର ମହାନ୍ତ,ପୁଷ୍ପଲତା ମହାନ୍ତ, କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ। ଖିରେଇ ଟାଙ୍ଗିରି ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ମହାନ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଫରେଷ୍ଟର ଗାର୍ଡ ଡଲି ରାଣୀଙ୍କ ସହ ବନ ବିଭାଗର କର୍ମଚାରୀ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande