କେନ୍ଦୁଝର, ୧ ଜୁଲାଇ (ହି.ସ.)- ଆଜି ୭୬ ତମ ବନ ସପ୍ତାହ ଆରମ୍ଭ ହୋଇଛି। ଏହି ଅବସରରେ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଘଟଗାଁ ରେଞ୍ଜ ଆୟୋଜନରେ ଘଟଗାଁ ତାରିଣୀ ମନ୍ଦିର ପରିସରରେ ବନ ସପ୍ତାହ ପାଳନ ହୋଇଛି। ଏହି ସପ୍ତାହ ଅବସରରେ ଘଟଗାଁ ରେଞ୍ଜର ସରୋଜ ମିଶ୍ର, ତହସିଲଦାର ଚାରୂଲତା ସିଂ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର, ସରପଞ୍ଚ ରିମାଲତା ନାଏକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ମନ୍ଦିର ବରିଷ୍ଠ ପୂଜକ ରବିନାରାୟଣ ଦେହୁରୀ ପୂଜାର୍ଚ୍ଚନା କରିଥିବା ବେଳେ ଏହି ଅବସରରେ ସ୍ଥାନୀୟ ବୁଦ୍ଧିଜୀବୀ, ସାମ୍ବାଦିକ ଓ ବନ କର୍ମଚାରୀ ମାନେ ମନ୍ଦିର ପରିସରରେ ବୃକ୍ଷ ରୋପଣ କରିଥିଲେ। ଏହି ସପ୍ତାହ ଅବସରରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA