ନୂଆଦିଲ୍ଲୀ 1 ଜୁଲାଇ (ହି.ସ)-ଅଏଲ
ମାର୍କେଟିଙ୍ଗ କମ୍ପାନୀ (ଓଏମସୀ) ଆଜି 19 କିଲୋଗ୍ରାମ କମର୍ଶିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର
ମୁଲ୍ୟ ଶସ୍ତା କରିଛନ୍ତି।ତଥାପି ଘରୋଇ କାର୍ଯ୍ୟ ପାଇଁ ବ୍ୟବହୃତ 14.2 କିଲୋଗ୍ରାମର ଗ୍ୟାସ
ସିଲିଣ୍ଡର ମୁଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।ଗ୍ୟାସର ମୁଲ୍ୟ ନିର୍ଦ୍ଧାରଣ ପାଇଁ ପ୍ରତିମାସ
ଆରମ୍ଭରେ ହେବାକୁ ଥିବା ସଂଶୋଧନ ପରେ ବାଣିଜ୍ୟିକ
ଗ୍ୟାସ ମୁଲ୍ୟ ପ୍ରତି ସିଲିଣ୍ଡର ପିଛାଆଜି
58.50 ଟଙ୍କା ପ୍ରତି ସିଲିଣ୍ଡର ପିଛା ହ୍ରାସ ପାଇଛି।ଅଏଲ ମାର୍କେଟିଙ୍ଗ କମ୍ପାନୀ ଲଗାତାର
ଚତୁର୍ଥ ମାସ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୁଲ୍ୟରେ ହ୍ରାସ କରିଛନ୍ତି।ମୁଲ୍ୟ ହ୍ରାସ ପରେ ଏବେ
ଦିଲ୍ଲୀରେ 19 କିଲୋଗ୍ରାମ ଗ୍ୟାସ ସିଲିଣ୍ଡର ପାଇଁ 1665 ଟଙ୍କା ଦେବାକୁ ପଡିବ,ଜୁନ ମାସରେ ଏହାର
ମୁଲ୍ୟ 1723 .50 ଟଙ୍କା ଥିଲା।ମେ ମାସରେ ଏଥିପାଇଁ 1747.50 ଟଙ୍କା ,ଅପରେଲ ମାସରେ ଏହି
ସିଲିଣ୍ଡର ପାଇଁ 1762 ଟଙ୍କା ଏବଂ ଏହା ପୁର୍ବରୁ ମାର୍ଚ୍ଚ ମାସରେ1803 ଟଙ୍କା ଦେବାକୁ ପଡୁଥିଲା।ଏହିପରି ମାର୍ଚ୍ଚ ପରେ ଏପର୍ଯ୍ୟନ୍ତ
19 କିଲୋଗ୍ରାମ ଏଲପିଜି ଗ୍ୟାସ ସିଲିଣ୍ଡର ମୁଲ୍ୟରେ 138 ଟଙ୍କା ହ୍ରାସ ପାଇଛି।କମର୍ଶିଆଲ ଗ୍ୟାସ
ସିଲିଣ୍ଡରରମୁଲ୍ୟ ହ୍ରାସ ପରେ ଏବେ କୋଲକାତାରେ ଏହାର
ମୁଲ୍ୟ 1826 ଟଙ୍କାରୁ ହ୍ରାସ ପାଇ 1769 ଟଙ୍କା ହୋଇଛି।ସେହିପରି ମୁମ୍ବାଇରେ ଆଜି ଠାରୁ ଏହି
ସିଲିଣ୍ଡର 1674.50 ଟଙ୍କା ପରିବର୍ତ୍ତେ 1616 ଟଙ୍କାରେ ଉପଲବ୍ଧ ହେଉଛି।ଯେତେବେଳେ ଚେନ୍ନାଇରେ
19 କିଲୋଗ୍ରାମଗ୍ୟାସ ସିଲିଣ୍ଡରର ମୁଲ୍ୟ 1881
ଟଙ୍କାରୁ ହ୍ରାସ ହୋଇ 1823.50 ଟଙ୍କା ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା