ରାଷ୍ଟ୍ରୀୟ ଡାକ୍ତର ଦିବସରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଲେ ଶୁଭେଚ୍ଛା
ଭୁବନେଶ୍ୱର, 01 ଜୁଲାଇ (ହି.ସ.) – ରାଷ୍ଟ୍ରୀୟ ଡାକ୍ତର ଦିବସର ଅବସରରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ ସେବା ସହଯୋଗୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆରେ ଏକ ବାର୍ତାରେ ଶ୍ରୀ ପ୍ରଧାନ
ରାଷ୍ଟ୍ରୀୟ ଡାକ୍ତର ଦିବସରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଲେ       ଶୁଭେଚ୍ଛା


ଭୁବନେଶ୍ୱର,

01 ଜୁଲାଇ (ହି.ସ.) – ରାଷ୍ଟ୍ରୀୟ ଡାକ୍ତର ଦିବସର ଅବସରରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ

ଧର୍ମେନ୍ଦ୍ର ପ୍ରଧାନ ଦେଶର ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ ସେବା ସହଯୋଗୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା

ଜଣାଇଛନ୍ତି।

ସୋସିଆଲ ମିଡିଆରେ ଏକ ବାର୍ତାରେ ଶ୍ରୀ ପ୍ରଧାନ ଲେଖିଛନ୍ତି, “ଡାକ୍ତରମାନଙ୍କର

ଦକ୍ଷତା, ନେତୃତ୍ୱ, କରୁଣ ଓ ନିଷ୍କାମ

ସେବା ଭାରତର ସାଧାରଣ ସ୍ୱାସ୍ଥ୍ୟ ପ୍ରଣାଳୀର ମୂଳ ଆଧାର। ତାଙ୍କର ଅଦ୍ୱିତୀୟ ସମର୍ପଣ ଓ ଅବଦାନ

ସଦା ସ୍ମରଣୀୟ ରହିବ।

ତେଣୁ ସେ ଡାକ୍ତର ମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ

ରୋଗୀ ସେବା, ଚିକିତ୍ସା

ଗବେଷଣା ଓ ଜନସ୍ୱାସ୍ଥ୍ୟ ପ୍ରଚେଷ୍ଟାରେ ଡାକ୍ତରମାନେ ଯେଭଳି ସେବା ଦେଉଛନ୍ତି, ତାହା ଭାରତର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାରେ

ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

ଏହି ସନ୍ଦର୍ଭରେ ମନ୍ତ୍ରୀ ଶ୍ରୀ ପ୍ରଧାନ ବିଶିଷ୍ଟ ଚିକିତ୍ସକ, ରାଜନେତା ଓ ପୂର୍ବତନ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ଭାରତ ରତ୍ନ ଡ଼ଃ

ବିଧାନ ଚନ୍ଦ୍ର ରାୟଙ୍କୁ ତାଙ୍କ ଜନ୍ମଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ

ପ୍ରଧାନ କହିଛନ୍ତି, “ଆଜି ଆମେ

ଏମିତି ଏକ ମହାନ ଚିକିତ୍ସକ,

ଦୂରଦର୍ଶୀ ନେତା ଓ ରାଜନେତାଙ୍କ ଜନ୍ମଜୟନ୍ତୀ ଅବସର ଉଦ୍ଦାପନ କରୁଛୁ, ଯାହାଙ୍କର

କାର୍ଯ୍ୟ ଭାରତର ଚିକିତ୍ସା ଚର୍ଚ୍ଚା ଓ ଜନସ୍ୱାସ୍ଥ୍ୟ ନୀତିକୁ ନୂଆ ଆକାର ଦେଇଥିଲା। ତାଙ୍କ

ଜୀବନ ଆମ ସମସ୍ତଙ୍କ ପାଇଁ ଅନେକ ପ୍ରେରଣାଦାୟକ।”

---------------

ହିନ୍ଦୁସ୍ଥାନ ସମାଚାର / ଅନିଲ


 rajesh pande