ଆଇନଜୀବୀଙ୍କ ଗିରଫକୁ ଜିଲ୍ଲା ଓକିଲ ସଂଘର ନିନ୍ଦା
କେନ୍ଦ୍ରାପଡା, ୧ ଜୁଲାଇ (ହି.ସ.)- ବାଲେଶ୍ୱର ଠାରେ ବରିଷ୍ଠ ଆଇନଜୀବୀ ପୁରୁଷୋତମ ଦାସଙ୍କୁ ପୋଲିସ ଗିରଫ ଓ ଆଇ.ଏ.ଏସ୍ ଅଫିସରଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇଥିବାରୁ କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ତରଫରୁ ଏକ ଜରୁରୀ ବୈଠକ ଜିଲ୍ଲା ଓକିଲ ସଂଘ ସଭାପତି ଗୋବର୍ନ୍ଧନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯ
ଆଇନଜୀବୀଙ୍କ ଗିରଫକୁ ଜିଲ୍ଲା ଓକିଲ ସଂଘର ନିନ୍ଦା


କେନ୍ଦ୍ରାପଡା, ୧ ଜୁଲାଇ (ହି.ସ.)- ବାଲେଶ୍ୱର ଠାରେ ବରିଷ୍ଠ ଆଇନଜୀବୀ ପୁରୁଷୋତମ ଦାସଙ୍କୁ ପୋଲିସ ଗିରଫ ଓ ଆଇ.ଏ.ଏସ୍ ଅଫିସରଙ୍କ ଦ୍ୱାରା ନିର୍ଯ୍ୟାତିତ ହୋଇଥିବାରୁ କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ତରଫରୁ ଏକ ଜରୁରୀ ବୈଠକ ଜିଲ୍ଲା ଓକିଲ ସଂଘ ସଭାପତି ଗୋବର୍ନ୍ଧନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏପରି କାର୍ଯ୍ୟକୁ ନିନ୍ଦା କରିବା ସହିତ ଏହାର ତୀବ୍ର ବିରୋଧ କରାଯାଇଛି । ଟ୍ରେନିଂରେ ଥିବା ଆଇ.ଏ.ଏସ୍. ଅଧିକାରୀଙ୍କ ଏଭଳି କାର୍ଯ୍ୟକଳାପକୁ ବିରୋଧ କରି ରାଜ୍ୟ ଆଇନଜିବୀ ପରିଷଦ ଓଡିଶା କଟକ ଏବଂ ବାଲେଶ୍ୱର ଜିଲ୍ଲା ଓକିଲ ସଂଘଙ୍କ ସହ ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ଚିଠି ପଠାଇବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଛି ।

ଆୟୋଜିତ ଏହି ସଭାରେ ଜିଲ୍ଲା ଓକିଲ ସଂଘ ସଂପାଦକ ନୃସିଂହ ରାଉତ, ଉପ ସଭାପତି ହାଡିବନ୍ଧୁ ସିଂହଙ୍କ ସହ ଭୀମସେନ ଭୂୟାଁ, ସରୋଜରାଜ ସିଂହ, ସହ ସଂପାଦକ ବିନୋଦ କୁମାର ବେହେରା, କୋଷାଧ୍ୟକ୍ଷ ବିଭୂତି ଭୂଷଣ କର, ମହିଳା ସଭ୍ୟ ରେଣୁବାଳା ସାମଲ, ହରି ପ୍ରସାଦ କର, ମମତାମୟୀ ସାମଲଙ୍କ ସହ ବହୁ ଆଇନଜିବୀ ଉପସ୍ଥିତ ରହି ଘଟଣାର ତୀବ୍ର ନିନ୍ଦା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande