ଜୟପୁର, ୧ ଜୁଲାଇ (ହି.ସ.)-ଜୟପୁର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଆଜି ଦିନ ୧୨ଟା ୩୦ ମିନିଟ ସମୟରେ ପରିଦର୍ଶନ କଲେ କୋରାପୁଟ ଜିଲାପାଳ ଭି କିର୍ତିଭାସନ । ଜିଲାପାଳଙ୍କ ସହ ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି , ତହସିଲଦାର ଚିତ୍ତ ରଞ୍ଜନ ପଟ୍ଟନାୟକ, ପୌର ଯନ୍ତ୍ରୀ ଅଜୟ ଜାନୀ ପ୍ରମୁଖ ଉପସ୍ଥିତ ଥିଲେ । ବର୍ତମାନ ଏହି ବିଦ୍ୟାଳୟ ଏକ ଅସ୍ଥାୟୀ କ୍ୟାମ୍ପସରେ ଆରମ୍ଭ ହୋଇଛି । ପ୍ରଥମ ଠାରୁ ପଞ୍ଚମ ଯାଏ ଶ୍ରେଣି ରହିଛି । ଜୁଲାଇରେ ପାଠ ପଢା ଆରମ୍ଭ ହେବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟକୁ ଜଗନ୍ନାଥ ସାଗର ନିକଟରେ ୮ ଏକର ଜମି ଦିଆଯାଇଛି । ସେହି ଜମିକୁ ମଧ୍ୟ ପରିଦର୍ଶନ କରିଥିଲେ ଜିଲାପାଳ । କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ହରିହର ପଣ୍ଡାଙ୍କ ସହ ଜିଲାପାଳ ଆଲୋଚନା କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ନାମ ଲେଖା ଜାରି ରହିଥିବା ଜିଲାପାଳ ସୂଚନା ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି