ବୈକୁଣ୍ଠ ବାର୍ତାବହ ସମିତି ପକ୍ଷରୁ ପୁରୀ ବଡଦାଣ୍ଡରେ ନିଶୁକ୍ଳ ପ୍ରସାଦ ବଣ୍ଟନ
କେନ୍ଦ୍ରାପଡା, ୧ ଜୁଲାଇ (ହି.ସ.)- ବୈକୁଣ୍ଠ ବାର୍ତାବହ ସମିତି ଓ ମହାବୀର ହନୁମାନ ମନ୍ଦିର ଗରାପୁରର ଯୁବ ସେବକ ମାନଙ୍କ ଦ୍ଵାରା ଗୁଣ୍ଡିଚାରେ ପୁରୀ ବଡଦାଣ୍ଡରେ ଶତାଧିକ ସେବକ ସକାଳୁ ୧୦ ହଜାରରୁ ଅଧିକ ଲୋକଙ୍କ ପାଇଁ ଚା ବିସ୍କୁଟ ପରେ ପ୍ରସାଦ ଡାଲମା, ମଧ୍ୟାହ୍ନରେ ଦହି ସର୍ବତ ବଣ୍ଟନ କରାଯାଇଛି। ଏହି କ
ବୈକୁଣ୍ଠ ବାର୍ତାବହ ସମିତି ପକ୍ଷରୁ ପୁରୀ ବଡଦାଣ୍ଡରେ ନିଶୁକ୍ଳ ପ୍ରସାଦ ବଣ୍ଟନ


କେନ୍ଦ୍ରାପଡା, ୧ ଜୁଲାଇ (ହି.ସ.)- ବୈକୁଣ୍ଠ ବାର୍ତାବହ ସମିତି ଓ ମହାବୀର ହନୁମାନ ମନ୍ଦିର ଗରାପୁରର ଯୁବ ସେବକ ମାନଙ୍କ ଦ୍ଵାରା ଗୁଣ୍ଡିଚାରେ ପୁରୀ ବଡଦାଣ୍ଡରେ ଶତାଧିକ ସେବକ ସକାଳୁ ୧୦ ହଜାରରୁ ଅଧିକ ଲୋକଙ୍କ ପାଇଁ ଚା ବିସ୍କୁଟ ପରେ ପ୍ରସାଦ ଡାଲମା, ମଧ୍ୟାହ୍ନରେ ଦହି ସର୍ବତ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସେବକ ମାନଙ୍କ ଦାନରେ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ବାବାଜୀ ଚେତନାନନ୍ଦ ଦାସ, ସତ୍ୟାନନ୍ଦ ଦାସ, ଶ୍ରଦ୍ଧାନନ୍ଦ ଦାସ, ଅମୃତାନନ୍ଦ୍ ଦାସ, ବାଳକାନନ୍ଦ୍ ଦାସ, ନିର୍ଭୟାନନ୍ଦ୍ ଦାସ ଙ୍କ ତତ୍ୱାବଧାନରେ ପରିଚାଳନା କରାଯାଇଥିଲା। ସେବକ ସରୋଜକାନ୍ତ ସାହୁ, ପ୍ରଶାନ୍ତ ଆଚାର‌୍ୟ୍ୟ, ବିଶ୍ୱକାନ୍ତ ବିଶ୍ଵାଳ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande