ବଲାଙ୍ଗୀର ଫ୍ରେଣ୍ଡସ୍ ଗୃପର ଅନନ୍ୟ ସାମାଜିକ ସେବା
ବଲାଙ୍ଗିର, ୧ ଜୁଲାଇ (ହି.ସ.)- ଯେଉଁଠି ଆଜିର ଯୁବପିଢ଼ି ଘୂରା-ଘୂରି, ମନୋରଞ୍ଜନ ଓ ଅନାବଶ୍ୟକ କାର୍ଯ୍ୟରେ ସମୟ ନଷ୍ଟ କରୁଛି, ସେଠି ବଲାଙ୍ଗୀର ଫ୍ରେଣ୍ଡସ୍ ଗୃପ ସହଯୋଗ ଫାଉଣ୍ଡେସନ୍ ସହଯୋଗରେ ଏକ ଦୃଷ୍ଟନୀୟ ଓ ଅନୁକରଣୀୟ ସାମାଜିକ ଦାୟିତ୍ୱର ଅଭିଯାନ ଚାଲାଉଛନ୍ତି। ପ୍ରତି ମାସର ଶେଷ ରବିବାର, ଏହି ଯୁବ ଦ
ବଲାଙ୍ଗୀର  ଫ୍ରେଣ୍ଡସ୍ ଗୃପ  କରୁଛନ୍ତି ଅନନ୍ୟ ସାମାଜିକ ସେବା


ବଲାଙ୍ଗିର, ୧ ଜୁଲାଇ (ହି.ସ.)- ଯେଉଁଠି ଆଜିର ଯୁବପିଢ଼ି ଘୂରା-ଘୂରି, ମନୋରଞ୍ଜନ ଓ ଅନାବଶ୍ୟକ କାର୍ଯ୍ୟରେ ସମୟ ନଷ୍ଟ କରୁଛି, ସେଠି ବଲାଙ୍ଗୀର ଫ୍ରେଣ୍ଡସ୍ ଗୃପ ସହଯୋଗ ଫାଉଣ୍ଡେସନ୍ ସହଯୋଗରେ ଏକ ଦୃଷ୍ଟନୀୟ ଓ ଅନୁକରଣୀୟ ସାମାଜିକ ଦାୟିତ୍ୱର ଅଭିଯାନ ଚାଲାଉଛନ୍ତି। ପ୍ରତି ମାସର ଶେଷ ରବିବାର, ଏହି ଯୁବ ଦଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଅନ୍ନପୂର୍ଣ୍ଣ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ମାଧ୍ୟମରେ ୬୦୦ ରୁ ଅଧିକ ଜରୁରତମନ୍ଦ ଲୋକଙ୍କୁ ରୋଟି, ସବ୍ଜି ଓ ଆଚାର ପରିବେଷଣ କରୁଛନ୍ତି। ଗତ ରବିବାର, ଏହି ଉଦ୍ୟମକୁ ଦେଖିବାକୁ ଏବଂ ପ୍ରୋତ୍ସାହନ ଦେବାକୁ ମାନନୀୟ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଓ ନଗରପାଳିକା ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଉପସ୍ଥିତ ଥିଲେ। ସେମାନେ ଏହି ଯୁବ ଦଳର ସାମାଜିକ ସେବା ପ୍ରତି ପ୍ରଶଂସା କରି, ସମସ୍ତ ସଦସ୍ୟଙ୍କୁ ସମ୍ମାନିତ କରିଥିଲେ ଓ ଆଗାମୀ ଦିନରେ ମଧ୍ୟ ଏହି ପବିତ୍ର କାର୍ଯ୍ୟକୁ ଅବିରତ ଭାବେ ଜାରି ରଖିବାକୁ ପ୍ରୋତ୍ସାହନ ଦେଇଥିଲେ । ବିଧାୟକ କହିଲେ ମୁଁ ସହଯୋଗ ଫାଉଣ୍ଡେସନ୍‌ର ସମସ୍ତ କାର୍ଯ୍ୟରେ ସଦା ସହଯୋଗୀ ରହିବି। ଏହି ଅଦମ୍ୟ ଓ ସଙ୍କଳ୍ପବାନ୍ ଯୁବ ଦଳର ମୁଖ୍ୟ ସଦସ୍ୟମାନେ ହେଲେ: ଆଦର୍ଶ ଅଗ୍ରୱାଲ, ସୌରଭ ମାଲଙ୍ଗ, ଯୋଗେଶ ଅଗ୍ରୱାଲ, ଋଷଭ ଜେନ, ମୋହିତ ଶର୍ମା, ନିଖିଳ ଜେନ, ସାୟମ ଅଗ୍ରୱାଲ, ରୌନକ ସିଂଘଲ, ମୋହିତ ବନ୍ସଲ, ପ୍ରିତମ ଅଗ୍ରୱାଲ, ଅମନ ଅଗ୍ରୱାଲ, ଅଭିଷେକ ଅଗ୍ରୱାଲ, ନିତେଶ ଅଗ୍ରୱାଲ, ଆୟୁଷ ପନ୍ସାରୀ, ଗୌତମ ପଟେଲ, ପୁରୁଷୋତ୍ତମ ଅଗ୍ରୱାଲ, ରାଜୀବ ଗୋୟଲ, ସୁରଜ ଅଗ୍ରୱାଲ ଓ ସାଭି। ଏମାନେ କେବଳ ଖାଦ୍ୟ ବଣ୍ଟନ ନୁହେଁ, ଆମ୍ବୁଲାନ୍ସ ସେବା, ବସ୍ତ୍ର ବଣ୍ଟନ, ରକ୍ତଦାନ ଶିବିର, ଦରିଦ୍ର ଓ ଅସହାୟଙ୍କ ପାଇଁ ସାହାଯ୍ୟ ପ୍ରଦାନ ଭଳି ବିଭିନ୍ନ ମାନବିକ କାର୍ଯ୍ୟରେ ନିଜମାନେ ନିଜର ଶତ ପ୍ରତିଶତ ସମୟ, ଶ୍ରମ ଓ ଭାବନା ଦେଉଛନ୍ତି।

ଏହି ଯୁବ ଗୋଷ୍ଠୀ ବଲାଙ୍ଗୀର ଓ ଏଞ୍ଚଳର ଅନେକ ଯୁବକମାନଙ୍କ ପାଇଁ ଏକ ଅନୁପ୍ରେରଣା ଉତ୍ସ ହୋଇଛନ୍ତି । ସେମାନଙ୍କ ଏକତା, ସମର୍ପଣ ଓ ଦୟାଭାବ ସାମାଜିକ ପରିବର୍ତ୍ତନର ନୂଆ ଦିଗ ଦେଖାଉଛି। ବଲାଙ୍ଗୀର ଫ୍ରେଣ୍ଡସ୍ ଗ୍ରୁପ କେବଳ ଏକ ଦଳ ନୁହେଁ – ସେହି ଚେତନା ଯାହା ଏହି ଯୁଗରେ ଆବଶ୍ୟକ। ସେମାନେ ପ୍ରମାଣିତ କରିଛନ୍ତି ଯେ ସେବା ହିଁ ପ୍ରାମାଣିକ ଧର୍ମ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande