କେନ୍ଦ୍ରାପଡା, ୧ ଜୁଲାଇ (ହି.ସ.)- କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଓ.ଏ.ଏସ୍ ଅଧିକାରୀ ମାନେ ସମୂହ ଛୁଟିରେ ରହିଥିବା ଜଣାପଡିଛି । ଗତକାଲି ଭୁବନେଶ୍ୱର ସ୍ଥିତ ମହାନର ନିଗମର ଡେପୁଟି କମିଶନର ଅଫିସରେ କାର୍ଯ୍ୟରତ ଥିବାବେଳେ କେତେକ ଦୁର୍ବୃତ ତାଙ୍କୁ ଅଫିସରୁ ଘୋଷାଡି ଆଣି ନିସ୍ତୁକ ମାଡ ମାରିବା ଘଟଣା ସମଗ୍ର ରାଜ୍ୟରେ ଚହଳ ପକାଇ ଦେଇଛି । ରାଜ୍ୟ ଓ.ଏ.ଏସ୍ ସଂଘର ନିଷ୍ପତି କ୍ରମେ କେନ୍ଦ୍ରାପଡା ର ଓ.ଏ.ଏସ୍ ଅଧିକାରୀ ମାନଙ୍କ ଜରୁରୀ ବୈଠକ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଡିଏମ ରବିନ୍ଦ୍ର କୁମାର ମଲିକ, ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, ଡେରାବିଶ ବିଡିଓ ନମିତା ବାରିକଙ୍କ ସମେତ ବହୁ ଓ.ଏ.ଏସ୍ ଅଧିକାରୀ ବୈଠକରେ ଯୋଗ ଦେଇଥିଲେ । ରାଜ୍ୟ ସଂଘର ନିଷ୍ପତି କ୍ରମେ ଆଜିଠାରୁ ସମସ୍ତେ ଓ.ଏ.ଏସ୍ ଅଧିକାରୀ ସଂଘର ପରବର୍ତୀ ନିଷ୍ପତି ପର୍ଯ୍ୟନ୍ତ ଛୁଟିରେ ଯିବାପାଇଁ ନିଷ୍ପତି ନେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରବି