କେନ୍ଦ୍ରାପଡା, ୧ ଜୁଲାଇ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଉପ ନିବନ୍ଧକ ସମବାୟ ସମିତି ସମୂହ ଆନୁକୂଲ୍ୟରେ କେନ୍ଦ୍ରାପଡା ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ଆନ୍ତର୍ଜାତିକ ସମବାୟ ଦିବସ-୨୦୨୫ ର ଏକକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଡ଼ଃ. ପ୍ରଭଞ୍ଜନ କବି, ସହକାରୀ ମତ୍ସ୍ୟ ଅଧିକାରୀ ମୋନାଲିସା ମଣ୍ଡଳ (ପାଟକୁରା), ଦୁର୍ଗା ମାଧବ ନନ୍ଦ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବିଷୟରେ ଆଲୋକପାତ କରିଥିଲେ । ଜୈବିକ ସାରର ଉପକାରିତା ଓ ପ୍ରୟୋଗ ସମ୍ବନ୍ଧରେ ପ୍ରାଥମିକ କୃଷି ସମବାୟ ସମିତିର କୃଷି ସଂପାଦକ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ । କାର୍ଯ୍ୟକ୍ରମରେ ଉପ ନିବନ୍ଧକ ପ୍ରଭାକର ନାୟକ, ସହକାରୀ ନିବନ୍ଧକ ଯୋଗେନ୍ଦ୍ର ନାଥ ବିଶ୍ୱାଳ ଓ ଅନ୍ୟ ସମସ୍ତ ଅଧିକାରୀ ମାନେ ଉପସ୍ଥିତ ରହି ସମବାୟର ସୁଦୂର ପ୍ରଚାର ପ୍ରସାର ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ । ସଭା ଶେଷରେ ବିଜୟ ରଂଜନ ବଳ ଧନ୍ୟବାଦ ଅର୍ପଣ କରିଥିଲେ । କର୍ମଶାଳା ପୂର୍ବରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ରବି