ଆଗଲପୁର ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର
ବଲାଙ୍ଗିର, ୧ ଜୁଲାଇ (ହି.ସ.)- ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ପରିସର ନୂତନ ସଭାଗୃହରେ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟଅତିଥି ଭାବେ ଜିଲ୍ଲାପାଲ ଗୌରବ ଶିବାଜି ଇସଲ୍ ୱାର, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଜିଲ୍ଲା ଉନ୍ନୟନ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ବ୍ଲକ ଅଧ
ଆଗଲପୁର ବ୍ଲକ ରେ  ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ଶିବିର ଅନୁଷ୍ଠିତ


ଆଗଲପୁର ବ୍ଲକ ରେ  ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ଶିବିର ଅନୁଷ୍ଠିତ


ଆଗଲପୁର ବ୍ଲକ ରେ  ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ଶିବିର ଅନୁଷ୍ଠିତ


ବଲାଙ୍ଗିର, ୧ ଜୁଲାଇ (ହି.ସ.)- ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ପରିସର ନୂତନ ସଭାଗୃହରେ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟଅତିଥି ଭାବେ ଜିଲ୍ଲାପାଲ ଗୌରବ ଶିବାଜି ଇସଲ୍ ୱାର, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଜିଲ୍ଲା ଉନ୍ନୟନ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ଦାସ, ବିଡ଼ିଓ ମହାପାତ୍ର କୁଲଦୀପ ମହାନ୍ତି, ମଂଚାସୀନ ଅଧିକାରୀ ଭାବେ ଯୋଗ ଦେଇଥିଲେ । ବ୍ଲକ ଅଞ୍ଚଳର ୨୦ଟି ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜନସାଧାରଣ ବିଭିନ୍ନ ସମସ୍ୟା ଉପରେ ଅଭିଯୋଗ କରିଥିବା ବେଳେ ଏହାର ଶୁଣାଣି ଅତିଥି ମାନେ କରିଥିଲେ l ସର୍ବମୋଟ ୩୭ଟି ଅଭିଯୋଗର ଶୁଣାଣି ହୋଇଥିଲା । ମୁଖ୍ୟତଃ ବର୍ତ୍ତମାନ ଖରିଫ ଋତୁ ଯୋଗୁଁ ଚାଷ କାର୍ଯ୍ୟ ପାଇଁ କୃଷି, ଉଦ୍ୟାନ ଉପରେ ଧ୍ୟାନ ଦିଆଯାଇଥିଲା ଓ ଗତ ଗ୍ରୀଷ୍ମ ଋତୁରେ ପ୍ରତ୍ୟେକ ଗ୍ରାମରେ ଜମି ଉନ୍ନତିକରଣ, ମନରେଗା ଯୋଜନାରେ କାର୍ଯ୍ୟକୁ ତଦନ୍ତ କରାଯାଇଥିଲା l

ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଆବାସ ଗୃହ, ଗୁହାଳ ନିର୍ମାଣ, ପୋଖରୀରେ ପାହାଚ ନିର୍ମାଣ, ଉଦ୍ୟାନ, ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ, ସୁଭଦ୍ରା ଯୋଜନା ପ୍ରଭୃତି ଉପରେ ଆଲୋଚନା କରାଯାଇଥିଲା l ଏହିପରି ଜିଲ୍ଲାପାଳ ଆସିବାରେ ବିଳମ୍ବ ହେତୁ ସାଧାରଣରେ କିଛି ସମୟ ପାଇଁ ଅଶାନ୍ତି ଦେଖାଯାଇଥିଲା l ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଶିବିରକୁ ସହଯୋଗ କରିବା ସହ ବ୍ଲକର ପ୍ରତ୍ୟେକ ବିଭାଗ କର୍ମଚାରୀ ମାନେ ସହଯୋଗ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande