ଜୟପୁର, 1 ଜୁଲାଇ (ହି.ସ.)
ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲାର ଏକ ମାତ୍ର ସବ ପୁରାତନ ଆଇନ ମହାବିଦ୍ୟାଳର ଦୁରାବସ୍ଥା ଅତନ୍ତ ଦୟନିୟ । ଦୀର୍ଘ ୪୫ ବର୍ଷ ପରେ ବି ଛାତ୍ର ଛାତ୍ରୀ ଙ୍କ ଅନୁଦାନରେ ଆଇନ ମହାବିଦ୍ୟାଳୟ ଚାଲିଛି । ସେ ପଟେ ଆଜିବି ଅଧ୍ୟାପକ କି ଅଧ୍ୟାପିକା ନାହିଁନ୍ତି । କୋରାପୁଟ ଜିଲାର ସବପୁରାତନ ଜୟପୁର ଆଇନ ମହାବିଦ୍ୟାଳ୍ୟରେ ଅନେକ ଛାତ୍ର ଛାତ୍ରୀ ପାଠ ପଢୀ ରାଜ୍ୟ ତଥା ଦେଶରେ ହକର ଲଢେଇ ଲଢୁଛନ୍ତି । ହେଲେ ବି ଦୀର୍ଘ ୪୫ ବର୍ଷ ପରେ ବି ଛାତ୍ର ଛାତ୍ରୀ ଙ୍କ ଅନୁଦାନରେ ଜୟପୁର ର ଆଇନ ମହାବିଦ୍ୟାଳୟ ଚାଲିଛି । ହଷ୍ଟେଲ ସୁବିଧା ନଥିବାରୁ ଛାତ୍ର ଛୀତ୍ରୀ ନାନାଦି ଅସୁବିଧାର ସମ୍ମୁଖିନ ହେବା ସହ ସରକାରି ମାନ୍ୟତା ପାଇ ନଥିବାରୁ ହଜାର ହଜାର ଟଙ୍କା ଖଚ୍ଚ କରି ପଢୁଥିଲେ ବି କୌଣସି ସୁଫଳ ମିଳି ପାରୁ ନାହିଁ । ସେ ପଟେ ଜିଲାରେ ଦୁଇ ଦୁଇଟି ବିଶ୍ୱ ବିଦ୍ୟାଳୟ ଥାଇ ମଧ୍ୟ ଏବେବି ଜୟପୁର ଆଇନ ମହାବିଦ୍ୟାଳୟ ୩ ବର୍ଷ ହେବ କଟକ ସ୍ଥିତ ମଧୁସୁଦନ ଆଇନ ମହାବିଦ୍ୟାଳୟ ଦ୍ୱାରା ପରିଚାଳିତ ହେଉଛି । ଛାତ୍ର ଛାତ୍ରୀ ଙ୍କ କଣ କାଯ୍ୟ ପଡିଲେ ସଦୁର ୬ ଶହ କମି କଟକ ଯିବାକୁ ପଡୁଛି । କେଉ ଛାତ୍ର ମାର୍କ ସିଟ ଭୁଲ ହେଲା କି ଅନ୍ୟ କୈଣସି କାଯ୍ୟ ପଡିଲେ କଟକ ଯିବାକୁ ପଡୁଛି । ସେପଟେ ଜୟପୁର ଆଇନ ମହାବିଦ୍ୟାଳୟ କନଷ୍ଟୁଚ୍ୟୁଟେଡ ମହାବିଦ୍ୟାଳୟର ମାନ୍ୟତା ମଧ୍ୟ ପାଇ ପରୁ ନାହିଁ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଆଇନ ମହାବିଦ୍ୟାଳୟ ଛାତ୍ରୀ ଛାତ୍ର । ୧୯୮୧ ମସିହାରେ କୋରାପୁଟ ଜିଲା ଜୟପୁର ସ୍ଥିତ ବିବେକ ବିହାର ଠାରୁ ଜୟପୁର ଆଇନ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲ।। ଏଠାରେ ଫୁଲ ଟାଇମ ଅଧ୍ୟାପକ ଓ ପାର୍ଟ ଟାଇମ ଅଧ୍ୟାପକ ରହି ପାଠ ପାଢାଇବା ଦ୍ୱାରା ଅନେକ ଛାତ୍ର ଛାତ୍ରୀ ଆଜି ରାଜ୍ୟ ତଥା ରାଜ୍ୟ ବାହାରେ ବଡ ପଦ ପଦବି ସହ ରାଜ ନେତା ଭାବେ ନିଜର ଉପସ୍ଥିତି ଜାହିର କରିଛନ୍ତି । ହେଲେ ଏହାରି ଭିତରେ ଦୀର୍ଘ ଦିନ ଧରି ଆଇନ ମହାବିଦ୍ୟାଳୟପ ପରିଚାଳନା କମିଟି ନିଜର ସ୍ୱାର୍ଥ କୁ ଦୃଷ୍ଟି ରେ ରଖି କୌଣସି ପଦ କ୍ଷେପ ନେଇନଥିବାରୁ ଦୀର୍ଘ ୨୪ ବର୍ଷର ସରକାର ଥାଇ ମଧ୍ୟ ସରକାରି ମାନତ୍ୟ ଦିଗରେ ପଦକ୍ଷେପ ନେଇଥିବା ନେଇ ଆଇନ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗନ୍ନାଥ ମିଶ୍ରତ୍ତ ଅଭିଯୋଗ କରିଛନ୍ତି । ବତ୍ତମାନ ନୁତନ ସରକାର ଅସିବା ପରେ ଏହି ମହାବିଦ୍ୟାଳୟର ଭବିଷ୍ୟତ ବଦଳିବ ବୋଲି ଆଇନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, କର୍ମଚାରି ଓ ପରିଚାଳନା କମିଟି ଆଶା କରିଛନ୍ତି । ଜୟପୁର ଆଇନ ମହାବିଦ୍ୟାଳୟ କୁ ସରକାରି ମାନ୍ୟତା ନେଇ ରାଜ୍ୟ ବାର କାଉନସିଲରେ ପ୍ରସ୍ତାବ ଦିଆଯାଇଛି ବୋଲି ସଦସ୍ୟ ପି ରମେଶ ପାତ୍ର ସୁଚନା ଦେଇଛନ୍ତି । ଆସନ୍ତା ବାର କାଉନସିଲ ବୈଠକରେ ପୁନବାର ଆଲୋଚନା କରି ବାର କାଉନସିନ ଅଫ ଇଣ୍ଡିଆ ଓ ରାଜ୍ୟ ସରକାଙ୍କ ନିକଟରେ ଉପସ୍ଥାପନା କରିବୁ ବୋଲି ସୁଚନା ଦେଇଛନ୍ତି । ଏଠାରେ ଏଲଏଲବି ପାଇ ୩୬୦ ଛାତ୍ରୀ ଛାତ୍ରି ଅଧ୍ୟୟନ କରୁଥିବା ବେଳେ ୩୨ ଜଣ ଛାତ୍ର ଛାତ୍ରି ଏଲଏଲଏମ ପାଠ୍ୟ କ୍ରମ ରେ ଅଧ୍ୟୟନ କରୁଛନ୍ତି । ରୋଗୁଲାର ୪ ଜଣ ଓ ୫ ଜଣ ଅତିଥି ଅଧ୍ୟାପକ ଅଛନ୍ତି । ସ୍ଥାୟୀ ଅଧ୍ୟକ୍ଷ ସହ ୨ଟି ଅଧ୍ୟାପକ ପଦବୀ ଖାଲି ପଡିଛି । ଅବିଭକ୍ତ କୋରାପୁଟ ଜିଲା ସହ ରାଜ୍ୟ ଅନ୍ୟ ଜିଲାର ଛାତ୍ରୀ ମଧ୍ୟ ଆଠାରେ ଅଧ୍ୟୟନ କରୁଛନ୍ତି । ଏଠାରେ ୮ଟି କ୍ଲାସ ରୁମ ରହିଛି । ମହିଳା ହଷ୍ଟେଲ ନିର୍ମାଣ ପାଇ ଦାବି ହୋଇଛି । ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ଅଧିନରେ ଜୟପୁର ଆଇନ ମହାବିଦ୍ୟାଳୟ କୁ ସ୍ଥାନିତ ହେବାକୁ ଦାବି ହୋଇଛି । ଗୋଟିଏ ଛାତ୍ର ଛାତ୍ରୀ ଏଲଏଲବି ପାଠ ପଢିବା ପାଇ ୩ ବର୍ଷ ରେ ୧ ଲକ୍ଷ ଟଙ୍କା ଖଚ୍ଚ ହେଇଛି । ଟଙ୍କା ବହୁତ ଖଚ୍ଚ ହେଉଥିବାରୁ ଆଦିବାସୀ ମେଧାବି ଛାତ୍ର ଛାତ୍ରୀ ଆଇନ ପାଠ୍ୟ ପଢିବାକୁ ବଞ୍ଚିତ ହୋଉଛନ୍ତି । ବିଶ୍ୱ ବିଦ୍ୟାଳୟ ଅଧିନରେ ଗଲେ ଛାତ୍ର ଛାତ୍ରୀ ମାନେ ଉପକୃତ ହୋଇ ପାରିବେ । ଶିକ୍ଷା ବ୍ୟବସ୍ଥାକୁ ନେଇ ସରକାର କେତେ ଯୋଜନା କରୁଥିବା ସହ ବ୍ୟବସ୍ଥାରେ ପରିବତ୍ତନ କରିବା ସହ ସ୍ମାର୍ଟ କ୍ସାସ ରୁମରେ ପାଠ ପଢିବା ସହ ଅତ୍ୟଧୁନିକ ଲାଇବ୍ରେରି ଛାତ୍ର ଛୀତ୍ରୀଙ୍କ ପାଇଁ ହଷ୍ଟେଲର ବ୍ୟବସ୍ଥା ସାଙ୍ଗକୁ ଭଳି ରି ବଳି ସେମିନାର ଛାତ୍ରଛାତ୍ରୀ ନିଜକୁ ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଜୟପୁର ଆଇନ ମହାବିଦ୍ୟାଳୟର ଅବସ୍ଥା ଦୟନିୟ ହୋଉଥିବାରୁ ଜିଲାବାସୀ କ୍ଷୋଭ ପ୍ରକାଶ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି