ମାଓ ଦମନ ଅଭିଯାନରେ କନ୍ଧମାଳ ପୋଲିସକୁ ଆଉ ଏକ ସଫଳତା : କୁମ୍ବିଙ୍ଗ ବେଳେ ଗୁଳି ବିନିମୟ, ଦୁଇ ମାଓବାଦୀ ମୃତ: ଅସ୍ତ୍ରଶସ୍ତ୍ର ସମେତ ମାଓ ସାମଗ୍ରୀ ଜବତ
କନ୍ଧମାଳ, ୧ ଜୁଲାଇ (ହି.ସ.)- କନ୍ଧମାଳ ଜିଲ୍ଲା ପୋଲିସ ମାଓ ଦମନ ଅଭିଯାନରେ ଆଉ ଏକ ସଫଳତା ହାସଲ କରିଛି। ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ପୁସୁଙ୍ଗିଆ ସଂରକ୍ଷିତ ଜଙ୍ଗଲରେ କୁମ୍ବିଙ୍ଗ ଅପରେସନ ବେଳେ ଦୁଇ ଜଣ ପୁରୁଷ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ସମେତ ଅନ୍ୟାନ୍ୟ
ଫୋଟ


ଫୋଟ ୨


କନ୍ଧମାଳ, ୧ ଜୁଲାଇ (ହି.ସ.)- କନ୍ଧମାଳ ଜିଲ୍ଲା ପୋଲିସ ମାଓ ଦମନ ଅଭିଯାନରେ ଆଉ ଏକ ସଫଳତା ହାସଲ କରିଛି। ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ପୁସୁଙ୍ଗିଆ ସଂରକ୍ଷିତ ଜଙ୍ଗଲରେ କୁମ୍ବିଙ୍ଗ ଅପରେସନ ବେଳେ ଦୁଇ ଜଣ ପୁରୁଷ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ସମେତ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରିଛି ପୁଲିସ । ଆଜି ଫୁଲବାଣୀରେ ଏସପିଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଆଇଜି ନିତିଶେଖର ଏବଂ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ହରିଶ ବିସି ।

ସୂଚନା ଅନୁଯାୟୀ, ଗତ ଶନିବାର ଦିନ ବିଶ୍ବସ୍ତ ସୂତ୍ରରୁ ସେହି ଅଂଚଳରେ ପ୍ରାୟ ୧୦ ରୁ ୧୨ ଜଣ ମାଓବାଦୀ ଲୁଚି ରହିଥିବା ଏବଂ ସେହି ଅଞ୍ଚଳର ନିରୀହ ଗ୍ରାମବାସୀଙ୍କୁ ପୋଲିସ୍ ଇନଫର୍ମର ସନ୍ଦେହରେ ହତ୍ୟା କରିବାକୁ ଧମକ ଦେଇଥିବା ନେଇ ସଠିକ୍ ସୂଚନା ପାଇବା ପରେ କନ୍ଧମାଳ ଏସପି ହରିଶ୍ ବିସିଙ୍କ ନିର୍ଦେଶ କ୍ରମେ ଡିଭିଏଫ ଜବାନମାନେ ସେହି ଅଞ୍ଚଳରେ କୁମ୍ବିଙ୍ଗ ଅପରେସନ ଜାରି କରିଥିଲେ। ତା ପରଦିନ ଅପରାହ୍ନ ୧୨ଟା ସମୟରେ ପୁସୁଙ୍ଗିଆ ଜଙ୍ଗଲରେ ମାଓବାଦୀ ମାନଙ୍କ ସହିତ ମୁହାଁମୁହିଁ ହେବା ପରେ ଗୁଳି ବିନିମୟ ହୋଇଥିଲା। କିଛି ସମୟ ପରେ ଘଞ୍ଚ ଜଙ୍ଗଲ ଭିତରେ ମାଓବାଦୀ ମାନେ ଖସି ପଳେଇଥିଲେ। ପରେ ଜବାନ ମାନଙ୍କ ଦ୍ଵାରା ସର୍ଚ୍ଚ ଅପରେଶନ ବେଳେ ଦୁଇ ଜଣ ମାଓବାଦୀଙ୍କ ଶବ ମିଳିଥିଲା। ସେମାନେ କେକେବିଏନ ମାଓ ସଂଗଠନର ଏରିଆ କମିଟି ମେମ୍ବର ମଙ୍କୁ ଏବଂ ପାର୍ଟିମେମ୍ବର ଚନ୍ଦନ ବୋଲି ପୋଲିସ୍ ଚିହ୍ନଟ କରିଥିବା ନେଇ ସୂଚନା ଦେଇଛନ୍ତି। ଏଥି ସହିତ ଘଟଣାସ୍ଥଳରୁ ଗୋଟିଏ ରାଇଫଲ ଏବଂ ୪ଟି ଗୁଳି, ଗୋଟିଏ ରିଭଲଭର ତଥା ବିଭିନ୍ନ ଅସ୍ତ୍ରଶସ୍ତ୍ର ସମ୍ବନ୍ଧୀୟ ସାମଗ୍ରୀ ଓ ମାଓବାଦୀଙ୍କ ନିତ୍ଯ ବ୍ଯବହାର୍ଯ୍ଯ ଜିନିଷ ଜବତ କରାଯାଇଛି।

କନ୍ଧମାଳ ଜିଲ୍ଲାରେ ବିଜିିନେସ୍ ଓ କେକେବିଏନ ମାଓ ସଂଗଠନର ୬୦ ରୁ ୭୦ ଜଣ ମାଓବାଦୀ ସକ୍ରିୟ ଥିବା ନେଇ ପୋଲିସ ନିକଟରେ ସୂଚନା ଅଛି। କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷଣା କରାଯାଇଛି ଯେ ଆସନ୍ତା ୨୦୨୬ ମସିହା ସୁଦ୍ଧା ଦେଶକୁ ମାଓ ମୁକ୍ତ କରାଯିବ। ଏହା ପୂର୍ବରୁ କନ୍ଧମାଳ ଜିଲ୍ଲାକୁ ମାଓ ମୁକ୍ତ କରାଯିବ ବୋଲି କନ୍ଧମାଳ ଏସପି ହରିଶ୍ ବି ସି କହିଛନ୍ତି। ମାଓବାଦୀଙ୍କ ପାଇଁ ସରକାରଙ୍କ ତରଫରୁ ମିଳୁଥିବା ଅନେକ ଲାଭ ଓ ସୁବିଧା ସବୁ ରହିଛି। ତେଣୁ ମାଓବାଦୀ ମାନେ ହିଂସା ତ୍ଯାଗ କରି ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସନ୍ତୁ ବୋଲି ଆଇଜି ନିତି ଶେଖର କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande