ସମ୍ବଲପୁର, ୦୧ ଜୁଲାଇ (ହି.ସ.) - ସମ୍ବଲପୁର ସହରର ଅଇଁଠାପାଲି ଥାନା ପୋଲିସ ନିଶା ସାମଗ୍ରୀ ବିକ୍ରି ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଏକ ବାଇକ, ୪ଟି ମୋବାଇଲ ଫୋନ, ୨ହଜାର୪୦୦ଟଙ୍କା, ୧୫୦ଟି କଫସିରପ ଭର୍ତି ବୋତଲ, ୩୦ଟି ଖୋଲା କଫସିରପ ଭର୍ତି ବୋତଲ , ୧୦ଲିଟର ଅପମିଶ୍ରିତ କଫ ସିରପ, ୨ଟି ପତା ନିଶା ବଟିକା, ୧୧ଟି ବ୍ୟବହୃତ ଗ୍ଲାସ ଓ ୨୭ଟି ଅବ୍ୟବହୃତ ଗ୍ଲାସ ଏବଂ ୩ଟି ବ୍ୟାଗ ଜବତ ହୋଇଛି । ଏନେଇ ୧୮୮/୨୫ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ସିଂଘପାଲି ଫୁଟବଲ ପଡିଆରେ ନିଶା ସାମଗ୍ରୀ ବିକ୍ରି ହେଉଥିବା ପୋଲିସ ପାଟ୍ରୋଲିଂ ବେଳେ ଦେଖି ଚଢଉ କରିଥିଲା । ଚଢଉ ବେଳେ ମାନେଶ୍ୱର କଂଟେଇପାଲି ଗ୍ରାମର ସୋମନାଥ ପ୍ରଧାନ(୩୪), ମହମ୍ମଦ ସୋନୁ(୩୧), ଦିନବନ୍ଧୁ ନାଏକ(୨୭) ଓ ଚନ୍ଦ୍ରଶେଖର କୁମ୍ଭାର(୨୪)ଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ଉପରୋକ୍ତ ନିଶା ସାମଗ୍ରୀ ଜବତ ହୋଇଛି ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ