ପୁଅର କାଠ ଫାଳିଆ ମାଡ଼ରେ ବାପାର ମୃତ୍ୟୁ
ସମ୍ବଲପୁର, ୦୧ ଜୁଲାଇ(ହି.ସ.) – ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ସାନ ଲଙ୍ଗାବାହାଲ ଗ୍ରାମରେ ପୁଅର କାଠ ଫାଳିଆ ମାଡ଼ରେ ବାପର ମୃତ୍ୟୁ ଘଟିଥିବା ଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ସୂଚନା ଅନୁଯାଇ ଗ୍ରାମର ପାନିକା ମୁଣ୍ଡା(୬୫) ରବିବାର ଅପରାହ୍ନରେ କୌଣସି କାରଣରୁ ନିଜ ପୁଅ ସଂଜୀତ ମୁଣ୍ଡା(୩୫
ପୁଅର କାଠ ଫାଳିଆ ମାଡ଼ରେ ବାପାର ମୃତ୍ୟୁ


ସମ୍ବଲପୁର, ୦୧ ଜୁଲାଇ(ହି.ସ.) – ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ସାନ ଲଙ୍ଗାବାହାଲ ଗ୍ରାମରେ ପୁଅର କାଠ ଫାଳିଆ ମାଡ଼ରେ ବାପର ମୃତ୍ୟୁ ଘଟିଥିବା ଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ସୂଚନା ଅନୁଯାଇ ଗ୍ରାମର ପାନିକା ମୁଣ୍ଡା(୬୫) ରବିବାର ଅପରାହ୍ନରେ କୌଣସି କାରଣରୁ ନିଜ ପୁଅ ସଂଜୀତ ମୁଣ୍ଡା(୩୫)ଙ୍କ ସହିତ ବଚସା ହୋଇଥିଲା ଫଳରେ ସଂଜୀତ ପାଖରେ ପଡ଼ିଥିବା ଏକ ବେଟେନ ବାଡ଼ିରେ ବାପାକୁ ମାଡ ମାରିଥିଲେ। ବେଟେନ ବଡିଟି ପାନିକାଙ୍କ ମୁଣ୍ଡରେ ବାଜିଥିଲା ଏବଂ ସେ ତଳେ ପଡିଯାଇଥିଲେ ଏବଂ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଯାଇଥିବା କୁହାଯାଉଛି। ଅନ୍ୟପକ୍ଷରେ ମଙ୍ଗଳବାର ଗ୍ରାମବାସି କୌଣସି କାମ ପାଇଁ ପାନିକାଙ୍କ ଘରକୁ ଆସିଥିବାବେଳେ ତାଙ୍କ ଘର କବାଟ ବନ୍ଦ ଥିବା ଦେଖି ତାଙ୍କୁ ଡାକିଥିଲେ ହେଲେ ପାନିକା କୌଣସି ଉତର ନଦେବାରୁ ଘର କବାଟ ଖୋଲି ଦେଖିଥିଲେ ହେଲେ ପନିକା ତଳେ ପଡ଼ିଥିବା ଦେଖି ଗ୍ରାମବାସୀ ଜମନକିରା ପୋଲିସକୁ ଖବର ଦେଇଥିଲେ ଖବର ପାଇ ଜମନକିରା ପୋଲିସ ଘଟଣା ସ୍ଥଳକୁ ପହଂଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠାଇ ଅଭିଯୁକ୍ତ ସଂଜୀତ ମୁଣ୍ଡାକୁ ଗିରଫ କରି ଜମନକିରା ଥାନାରେ ଅଟକ ରଖି ପଚରା ଉଚରା ପାଇଁ ଅଟକ ରଖାଯାଇଛି। ସମ୍ବଲପୁର ସାଇଣ୍ଟିଫିକ ଟିମ ଘଟଣା ସ୍ଥଳକୁ ପହଂଚି ନମୁନା ସଂଗ୍ରହ କରିଥିବା ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande