ମାଲକାନଗିରି,୧ ଜୁଲାଇ (ହି.ସ.)ଆଜି ମାଲକାନଗିରି ଜିଲ୍ଲାର ଜଣେ ପୋଲିସ ବିଭାଗରେ କାର୍ଯ୍ୟ ତୁଲାଇଥିବା ତଥା ନିଜର ଜିବନ କାଳରେ ଅଧା ସମୟ ପୋଲିସ ବିଭାଗରେ ଅତିବାହିତ କରିଥିବା ସମସ୍ତଙ୍କ ପରିଚିତ ଅତିପ୍ରିୟ ଡ୍ରିଲ ସବ୍ ଇନ୍ସପେକ୍ଟର ତ୍ରିଲୋଚନ ସେଠି ଚାକିରୀ ରୁ ଅବସର ନେଇଛନ୍ତି। ଯେଉଁଥିପାଇଁ ମାଲକାନଗିରି ଜିଲ୍ଲା ସଦରମହକୁମା ଏସପି ଙ୍କ କାର୍ଯ୍ୟାଳୟ ପରିସରରେ ମାଲକାନଗିରି ଏସପି ବିନୋଦ ପାଟିଲଙ୍କ ପକ୍ଷରୁ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ମାଲକାନଗିରି ଏସଡିପିଓ ଶ୍ରୀ ଦଳେଇ, ଡିଏସପି ଲାକ୍ରା, ଆର.ଆଇ ସତ୍ୟପ୍ରିୟ ବିଶାଳ, ହୋମଗାର୍ଡ ଆର. ଆଇ କୁମୁଦ ପ୍ରଧାନ, ବି ସବର ସହିତ ସମସ୍ତ ହାବିଲଦାର ଏବଂ ପୋଲିସ ବିଭାଗରେ କାର୍ଯ୍ୟରତ ତଥା ସଭାରେ ଉପସ୍ଥିତ ଥିବା ସମସ୍ତେ ଅବସର ନେଉଥିବା ତ୍ରିଲୋଚନ ସେଠୀଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ସମ୍ବର୍ଧିତ କରିଛନ୍ତି। ଶ୍ରୀ ସେଠୀଙ୍କ ସହିତ ତାଙ୍କର ଧର୍ମପତ୍ନୀ ତଥା ପରିବାର ଉପସ୍ଥିତ ରହିଥିଲେ । ଶ୍ରୀ ସେଠୀ ପୂର୍ବର କୋରାପୁଟ ଜିଲ୍ଲାରୁ ପୋଲିସ ବିଭାଗରେ ଚାକିରୀ ରେ ଯୋଗଦାନ କରିଥିଲେ। ବର୍ତ୍ତମାନ ତାଙ୍କର ଚାକିରି କାଳ ମାଲକାନଗିରି ଠାରେ ଶେଷ ହୋଇଛି। ଦିର୍ଘ ୪୨ ବର୍ଷ ନିଜର ସେବା ଯୋଗାଇ ଛନ୍ତି ଏବଂ ବର୍ତ୍ତମାନ ତାଙ୍କର ଅବସରର ସମୟ ଆସିଛି। ତେବେ ସମ୍ବର୍ଦ୍ଧନା ସମାରୋହ ରେ ଶ୍ରୀ ସେଠୀ ଏବଂ ତାଙ୍କର ସାଥୀ ଗଣ ଏବଂ ପରିବାର ଭାବ ବିହ୍ୱଳ ହୋଇ ଯାଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ