ଜାତୀୟ ଡାକ୍ତର ଓ ଚାଟାର୍ଡ ଆକାଉଣ୍ଟସ ଡେ ପାଳିତ
ଜୟପୁର, ୧ ଜୁଲାଇ (ହି.ସ.)- ଜାତୀୟ ଡାକ୍ତର ଓ ଚାଟାର୍ଡ ଆକାଉଣ୍ଟସ ଡେ ଜୟପୁର ରୋଟାରି କ୍ଲବ ପ୍ରାଇଡ ତରଫରୁ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସମାଜ ପ୍ରତି ଆବେଦନ ରହିଥିବାରୁ ଡାକ୍ତର ଓ ଚାଟାର୍ଡ ଆକାଉଣ୍ଟସଙ୍କୁ ସମ୍ମାନିତ କରାଯାଇଛି । ଏଠାରେ ମୁଖ୍ୟତଃ ଡାକ୍ତର ମାନଙ୍କୁ ଯେଉଁ ମାନେ ଆମ ସ୍ୱାସ
ଜାତୀୟ ଡାକ୍ତର ଓ ଚାଟାର୍ଡ ଆକାଉଣ୍ଟସ ଡେ ପାଳିତ


ଜୟପୁର, ୧ ଜୁଲାଇ (ହି.ସ.)- ଜାତୀୟ ଡାକ୍ତର ଓ ଚାଟାର୍ଡ ଆକାଉଣ୍ଟସ ଡେ ଜୟପୁର ରୋଟାରି କ୍ଲବ ପ୍ରାଇଡ ତରଫରୁ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସମାଜ ପ୍ରତି ଆବେଦନ ରହିଥିବାରୁ ଡାକ୍ତର ଓ ଚାଟାର୍ଡ ଆକାଉଣ୍ଟସଙ୍କୁ ସମ୍ମାନିତ କରାଯାଇଛି । ଏଠାରେ ମୁଖ୍ୟତଃ ଡାକ୍ତର ମାନଙ୍କୁ ଯେଉଁ ମାନେ ଆମ ସ୍ୱାସ୍ଥ୍ୟର ଯତ୍ନ ନେଉଛନ୍ତି ଏବଂ ଚାଟାର୍ଡ ଆକାଉଣ୍ଟସର ଯେଉଁ ମାନେ ଆର୍ଥକ କ୍ଷେତ୍ରରେ ଦିଗଦର୍ଶନ କରୁଛନ୍ତି ସେମାନଙ୍କୁ ସମ୍ମାନିତ କରାଯାଇଛି । ରୋଟରି କ୍ଲବ ପ୍ରାଇଡ ର ସଭାପତି ରୋଟାରିୟନ ସୁରେଶ ପାଣିଗ୍ରାହୀ, ଜୋନାଲ ଚେୟର ରାମ ନାଥ ସାହୁ, ଆସିଷ୍ଟାଣ୍ଟ ଗଭର୍ନର ଜି.ଭି ରାଓ, ମୁରଲି ଧର ସାବତ, କେ ରାମ କ୍ରିଷ୍ଣା, ରତ୍ନାକର ଚୌଧୁରି, ଭି. ହରି ପ୍ରସାଦ ରାଓ ଉପସ୍ଥିର ରହି ୪ ଜଣ ଡାକ୍ତର ଓ ୪ ଆକାଉଣ୍ଟସ କୁ ସମ୍ମାନିତ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande