କେନ୍ଦୁଝର, 1 ଜୁଲାଇ (ହି.ସ.) ଆଜି ହେରା ପଞ୍ଚମୀ। ଏହି ହେରା ପଞ୍ଚମୀରେ ସଙ୍କଟ ତାରିଣୀଙ୍କ ପୂଜା ହୋଇଥାଏ। ଆଜି ଦିନରେ ମହିଳା ମାନେ ପରିବାରର ସୁଖ ଶାନ୍ତି ପାଇଁ ଏହି ବ୍ରତ ବାନ୍ଧିଥାନ୍ତି। ଏହି ଅବସରରେ ଜିଲ୍ଲାର ଆରାଧ୍ୟା ଦେବୀ ମା ତାରିଣୀଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଛି। ଏହି ବ୍ରତ ପାଇଁ ମା ସୁନାବେଶରେ ଦର୍ଶନ ଦେଉଥିବା ବେଳେ ଭକ୍ତ ମା ଙ୍କ ବେଶ ଦେଖି ବେଶ ଆନନ୍ଦ ଲାଭ କରିଛନ୍ତି। ଏହି ବେଶ ଦେଖିବା ସହ ବ୍ରତ ବାନ୍ଧିବା ପାଇଁ ମା ତାରିଣୀ ମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA