ପାଣି କମିଲା ପରେ ତୁରନ୍ତ କ୍ଷୟକ୍ଷତି ଆକଳନ - ମନ୍ତ୍ରୀ ସୁରେଶ ପୂଜାରୀ
ଭୁବନେଶ୍ୱର, ୦୧ ଜୁଲାଇ (ହି.ସ.) - ରାଜ୍ୟରେ ବନ୍ୟା ପରିସ୍ଥିତି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଯାଜପୁର, ଭଦ୍ରକର ୨ଟି ବ୍ଲକ୍ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି। ଧାମନଗର, କୋରେଇ ବ୍ଲକ୍ ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଛି। ଆଜି ବର୍ଷା ନ
ପାଣି କମିଲା ପରେ ତୁରନ୍ତ କ୍ଷୟକ୍ଷତି ଆକଳନ - ମନ୍ତ୍ରୀ ସୁରେଶ ପୂଜାରୀ


ଭୁବନେଶ୍ୱର, ୦୧ ଜୁଲାଇ (ହି.ସ.) - ରାଜ୍ୟରେ ବନ୍ୟା ପରିସ୍ଥିତି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଯାଜପୁର, ଭଦ୍ରକର ୨ଟି ବ୍ଲକ୍ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି। ଧାମନଗର, କୋରେଇ ବ୍ଲକ୍ ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଛି। ଆଜି ବର୍ଷା ନ ହେଲେ କାଲିସୁଦ୍ଧା ସମଗ୍ର ରାଜ୍ୟ ବନ୍ୟାମୁକ୍ତ ହୋଇପାରେ। ପାଣି କମିଲା ପରେ ତୁରନ୍ତ କ୍ଷୟକ୍ଷତି ଆକଳନ ହେବ। ନିଖୁଣ ଆକଳନ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା କ୍ଷତିଗ୍ରସ୍ତ ନିକଟସ୍ଥ ଆରଆଇ ଅଫିସରେ ନିଜ ନାଁ ପଞ୍ଜୀକରଣ କରିବାକୁ ମନ୍ତ୍ରୀ ପରାମର୍ଶ ଦେବା ସହ ଜିଲ୍ଲାପାଳ ଆନୁମାନିକ ଆକଳନ ରିପୋର୍ଟ ଦେଲେ କ୍ଷତିପୂରଣ ରାଶି ମିଳିବ ବୋଲି କହିଛନ୍ତି । ସମ୍ପୂର୍ଣ୍ଣ କ୍ଷୟକ୍ଷତି ଆକଳନ ରିପୋର୍ଟ ମିଳିବା ପରେ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande