ମାଲକାନଗିରି, ୧ ଜୁଲାଇ (ହି.ସ.)ମାଲକାନଗିରି ଜିଲ୍ଲା ଖଇରପୁଟବ୍ଲକ କୁଡୁମୁଲୁଗୁମ୍ମା ପଞ୍ଚାୟତରେ ଅଘଟଣ! ନଈ ପାରି ହେବା ସମୟରେ ପାଣି ରେ ଭାସି ଗଲେ ଦୁଇଜଣ । ଅଗ୍ନିଶମ ବାହିନୀ ଦ୍ବାରା ଦୁଇ ମୃତଦେହ କୁ ଉଦ୍ଧାର କରାଯାଇଛି। ଦୁଇ ମୃତକ ନାଲିଗୁଡା ଗ୍ରାମର ଲବ ଦୋରା ଏବଂ ଶୁକ୍ରି ଫଟକା । ଖବର ଅନୁସାରେ ଦୁହେଁ ନିଜ ର ଚାଷ ଜମି କୁ ଯାଉଥିବା ବେଳେ ନଇ ରେ ଭାସିଯାଇଥିଲେ । ଶ୍ରୋତ ପ୍ରଖର ଥିବାରୁ ତାଙ୍କୁ ଖୋଜିବା ସମ୍ବଭ ପର ହୋଇନଥିଲା । ପରେ ସ୍ଥାନୀୟ ବାସିନ୍ଦା ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ । ଅଗ୍ନିଶମ ବାହୀନୀ ଖୋଜାଖୋଜି କରି ଦୁଇ ଜଣକୁ ଉଦ୍ଧାର କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ