କନ୍ଧମାଳ, ୧ ଜୁଲାଇ (ହି.ସ.)- ଫୁଲବାଣୀ ସହରରେ ଆୟୋଜିତ ଜିଲ୍ଲା ସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗୀତାରେ ୨୩୦ କିଲୋ ଓଜନ ଉଠାଇ ଫୁଲବାଣୀର ପ୍ରସାଦ ପଟ୍ଟନାୟକ ପ୍ରଥମ ସ୍ଥାନ ହାସଲ କରିଛନ୍ତି l ମା ଶିକ୍ଷୟତ୍ରୀ ତଥା ରୋଟା ରିଆନ ମିନି ପଟ୍ଟନାୟକଙ୍କ ଏକ ମାତ୍ର ପୁତ୍ର ହେଉଛନ୍ତି ପ୍ରସାଦ। ଫୁଲବାଣୀ ସହରରେ ଥିବା ୩ଟି ଜିମ୍ ର ପିଲାଙ୍କୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଏଥିରେ ଗୋଲ୍ଡ ଜିମ ସେଣ୍ଟରର ସାତ ଜଣ ବିଜୟ ହେଇଥିଲେ। ସେମାନେ ହେଲେ ଶୁଭାଶିଷ, ସମର, ରାହୁଲ, ସାଗର, ଖିତିସ ଓ ମାମୁନ l ଏହି ଅବସରରେ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ରାକେଶ ରାଓ ପୁରସ୍କୃତ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ