ଧର୍ମଶାଳା, ୧ ଜୁଲାଇ (ହି.ସ.)- ବ୍ୟାଙ୍କ ଉପଭୋକ୍ତାମାନଙ୍କ ସୁବିଧା ଦୃଷ୍ଟି ବିଭିନ୍ନ ସ୍ଥାନରେ ରାଷ୍ଟ୍ରାୟତ ବ୍ୟାଙ୍କ ପକ୍ଷରୁ ଏଟିଏମ୍ କାଉଁଟର ପ୍ରତିଷ୍ଠା କରିଛନ୍ତି । ହେଲେ ଏଟିଏମ୍ କାଉଁଟର ଅଚଳ ହେବା ଫଳରେ ବ୍ୟାଙ୍କ ଗ୍ରାହକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବ୍ୟାଙ୍କ କତୃପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ରସୁଲପୁର ବ୍ଳକ ମଧୁବନ ଚନ୍ଦନ ବଜାର ଅଂଚଳରେ । ଏଠାରେ ଜନସାଧାରଣ ଦାବି ମୁତାବକ ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କ ନିମନ୍ତେ ଏହି ସ୍ଥାନରେ ଏସ୍ବିଆଇ ଓ ଏଚ୍ଡିଏଫସି ଏଟିଏମ୍ କାଉଁଟର ବସାଇଛନ୍ତି । କିଛି ଦିନ ଚାଲିବା ପରେ ଏବେ ଏହି ୨ଟି ମେସିନ ଦୀର୍ଘ ଦିନ ହେବ ଅଚଳ ହୋଇ ପଡିଛି । ଫଳରେ ଏଠାକୁ ଆସୁଥିବା ଜନସାଧାରଣ ଫେରିବା ସହ ବହୁ ଦୂରଦୂରାନ୍ତକୁ ଯାଇ ଟଙ୍କା ଉଠାଣ କରୁଛନ୍ତି । ଏ ନେଇ ସ୍ଥାନୀୟ ବ୍ୟାଙ୍କ କର୍ତୁପକ୍ଷଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଉଚ୍ଚ କର୍ତୁପକ୍ଷ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ଅଚଳ ମେସିନକୁ ସଚଳ କରିବାକୁ ଗ୍ରାହକମାନେ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ