ରାଷ୍ଟପତିଙ୍କୁ ‘ ଭୂମିକନ୍ୟା ଲଳିତା’ ସମ୍ମାନ
ଧର୍ମଶାଳା,୧ ଜୁଲାଇ (ହି.ସ.)- ଦିଲ୍ଲୀସ୍ଥିତ ରାଷ୍ଟପ୍ରତି ଭବନରେ ରାଷ୍ଟପତି ଦୌପଦୀ ମୁର୍ମୁ ଭାରତୀୟ ବିଶ୍ୱାବସୁ ସମାଜ ପକ୍ଷରୁ ‘ ଭୂମିକନ୍ୟା ଲଳିତା’ ସମ୍ମାନରେ ସମ୍ମାନିତ କରାଯାଇଛି । ଶବର ପ୍ରତିଷ୍ଠାନର ସଭାପତି ହୃଷିକେଶ ବେହୁରାଙ୍କ ନେତୃତ୍ୱରେ ଖଣ୍ଡପଡାର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଓ ପ୍ର
ରାଷ୍ଟପତିଙ୍କୁ ‘ ଭୂମିକନ୍ୟା ଲଳିତା’ ସମ୍ମାନ


ଧର୍ମଶାଳା,୧ ଜୁଲାଇ (ହି.ସ.)- ଦିଲ୍ଲୀସ୍ଥିତ ରାଷ୍ଟପ୍ରତି ଭବନରେ ରାଷ୍ଟପତି ଦୌପଦୀ ମୁର୍ମୁ ଭାରତୀୟ ବିଶ୍ୱାବସୁ ସମାଜ ପକ୍ଷରୁ ‘ ଭୂମିକନ୍ୟା ଲଳିତା’ ସମ୍ମାନରେ ସମ୍ମାନିତ କରାଯାଇଛି । ଶବର ପ୍ରତିଷ୍ଠାନର ସଭାପତି ହୃଷିକେଶ ବେହୁରାଙ୍କ ନେତୃତ୍ୱରେ ଖଣ୍ଡପଡାର ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଓ ପ୍ରତିଷ୍ଠାନର ସଭ୍ୟସଭ୍ୟାଙ୍କ ଗହଣରେ ରାଷ୍ଟ୍ରପତି ଶ୍ରୀମତି ମୁର୍ମୂଙ୍କ ଏହି ସମ୍ମାନରେ ସମ୍ମାନୀତ କରିଥିଲେ । ଏଥିରେ ପ୍ରତିଷ୍ଠାନର ବଂଶୀଧର ବେହୁରା, ରତ୍ନକର ବେହୁରା, ରଙ୍କନିଧି ବେହୁରା, ବିଦ୍ୟାଧର ବେହେରା, ଗୁନିଆ ବେହେରା, କାହ୍ନୁ ଚରଣ ସାମଲ, ମଦନ ମୋହନ ସମାଲ, ଆଇନଜୀବୀ ଠାକୁର ମହନ୍ତ ଓ ବିନେଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ । ଏଥି ସହିତ କାଳିଆ ପଲ୍ଲୀ ବିଶ୍ୱାବସୁ ପୀଠସ୍ଥଳୀର ଉନ୍ନତିକରଣ, ବିଶ୍ୱାବସୁଙ୍କ ନାମରେ ଓଡିଶାରେ ଏକ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ସ୍ଥାପନ, ଶବର ଜାତିର ବିକାଶ ପାଇଁ ଭୁବନେଶ୍ୱରରେ ଓ ପୁରୀରେ ଦୁଇଟି ସଦନ ଓ ନିବାସ ପାଇଁ ଜମି ଯୋଗାଇ ଦେବା, ଅନୁଦାନ, ଯୋଗାଇ ଦେବା ସହ ୯ ଦଫା ଦାବି ପ୍ରଦାନ କରିଥିଲେ । ବିଶ୍ୱାବସୁଙ୍କ ପୀଠସ୍ଥଳୀରେ କାର୍ଯ୍ୟ ଆରମ୍ଭ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande