ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନକୁ ପରିବହନ ଚାଳକ ଏକତା ମହାମଂଚର ବିରୋଧ
ଭୁବନେଶ୍ୱର, ୦୧ ଜୁଲାଇ (ହି.ସ.) - ଆସନ୍ତା ଜୁଲାଇ ୮ତାରିଖରେ ହେବାକୁ ଯାଉଥିବା ଓଡିଶା ଡ୍ରାଇଭର ମହାସଂଘର ଅନିର୍ଦିଷ୍ଟ କାଳ ରାସ୍ତା ରୋକ ଓ ଷ୍ଟିଅରିଂ ଛାଡ ଆନ୍ଦୋଳନକୁ ବିରୋଧ କରିଛି ଓଡିଶା ପରିବହନ ଚାଳକ ଏକତା ମହାମଂଚ । ସାମ୍ବାଦିକ ସମ୍ମିଳନୀ ଜରିଆରେ ଓଡିଶା ପରିବହନ ଚାଳକ ଏକତା ମହାମଂଚର ରାଜ୍ୟ ସଂଯ
ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନ୍ଦୋଳନକୁ ପରିବହନ ଚାଳକ ଏକତା ମହାମଂଚର ବିରୋଧ


ଭୁବନେଶ୍ୱର, ୦୧ ଜୁଲାଇ (ହି.ସ.) - ଆସନ୍ତା ଜୁଲାଇ ୮ତାରିଖରେ ହେବାକୁ ଯାଉଥିବା ଓଡିଶା ଡ୍ରାଇଭର ମହାସଂଘର ଅନିର୍ଦିଷ୍ଟ କାଳ ରାସ୍ତା ରୋକ ଓ ଷ୍ଟିଅରିଂ ଛାଡ ଆନ୍ଦୋଳନକୁ ବିରୋଧ କରିଛି ଓଡିଶା ପରିବହନ ଚାଳକ ଏକତା ମହାମଂଚ । ସାମ୍ବାଦିକ ସମ୍ମିଳନୀ ଜରିଆରେ ଓଡିଶା ପରିବହନ ଚାଳକ ଏକତା ମହାମଂଚର ରାଜ୍ୟ ସଂଯୋଜକ ପ୍ରଭାକର ମଲିକ ରାଜ୍ୟ ସରକାର ଏବଂ ସାଧାରଣ ଲୋକଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଅଣସଂଗଠିତ ପରିବହନ କ୍ଷେତ୍ରରେ ବୃତିଗତ ଗାଡି ଚାଳନା କରୁଥିବା ସମସ୍ତ ଟ୍ରକ, ବସ, କାର, ଅଟୋ ଚାଳକ ମାନଙ୍କ ଅବଗତି ନିମନ୍ତେ ମଧ୍ୟ ଜଣାଯାଇଛି। ସବୁବେଳେ ଡ୍ରାଇଭରଙ୍କୁ ବିଭ୍ରାନ୍ତ କରିବା ଏବଂ ଡ୍ରାଇଭରଙ୍କ ମଧ୍ୟରେ ଲଢେଇ କରାଇବା, ବିଶୃଙ୍ଖଳିତ ମନ୍ତବ୍ୟ ରଖିବା, ଡ୍ରାଇଭର ମହାସଂଘର ଏହା ଦୈନନ୍ଦିନ କାର୍ଯ୍ୟରେ ପରିଣତ ହୋଇଯାଇଛି । ଏଣୁ ଏହାକୁ କୌଣସି ପ୍ରକାର ସମର୍ଥନ ଦିଆଯିବ ନାହିଁ ବୋଲି ଓଡିଶା ପରିବହନ ଚାଳକ ଏକତା ମହାମଂଚ ରାଜ୍ୟ ଓ ଜିଲ୍ଲା ପଦାଧିକାରୀଙ୍କ ଦ୍ୱାରା ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande