ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକାରେ କମୁଛି ଜଳସ୍ତର
ଭୁବନେଶ୍ୱର, 1 ଜୁଲାଇ (ହି.ସ.) - ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକାରେ ଜଳସ୍ତର କମୁଛି । ବନ୍ୟା ସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି କହିଛନ୍ତି ଜଳସଂପଦ ପ୍ରୋକିଅରମେଂଟ ସର୍ବୋଚ୍ଚ ଯନ୍ତ୍ରୀ ସାଗର ମହାନ୍ତି । ବୈତରଣୀରେ ପାଣି ଆସିଛି, ହେଲେ ଅସୁଵିଧା ନାହିଁ । ବନ୍ୟା
ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ     ଜଳକାରେ କମୁଛି ଜଳସ୍ତର


ଭୁବନେଶ୍ୱର, 1 ଜୁଲାଇ (ହି.ସ.)

- ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ

ଜଳକାରେ ଜଳସ୍ତର କମୁଛି । ବନ୍ୟା ସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି କହିଛନ୍ତି ଜଳସଂପଦ

ପ୍ରୋକିଅରମେଂଟ ସର୍ବୋଚ୍ଚ ଯନ୍ତ୍ରୀ ସାଗର ମହାନ୍ତି । ବୈତରଣୀରେ ପାଣି ଆସିଛି, ହେଲେ

ଅସୁଵିଧା ନାହିଁ । ବନ୍ୟା ଅସୁବିଧା ଆଣିବ ନାହିଁ । ଯେଉଁ ବର୍ଷା ହେବ, ତାହା ମହାନଦୀ ଓ

ବ୍ରାହ୍ମଣୀ ବେସିନରେ ଅଛି । ହେଲେ ହୀରାକୁଦରେ 600 ଫୁଟ ପାଣି ସହ ଜଳ ଧରଣ କ୍ଷମତା ଅଛି ।

ଆସନ୍ତା ଦୁଇ ଦିନରେ ଅନ୍ୟ କେଉଁ ବେସିନରେ ବର୍ଷା ନେଇ କୌଣସି ଖବର ନାହିଁ । ମୁଖ୍ୟ

ଯନ୍ତ୍ରୀମାନେ ଏ ସବୁ ସ୍ଥାନରେ ଅଛନ୍ତି । ଝାଡ଼ଖଣ୍ଡର ଚାନ୍ଦିଲିରୁ 9 ଟି ଗେଟ ଦେଇ ଜଳ

ନିଷ୍କାସନ ହେଉଛି ବୋଲି ସେ ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande