କୁଆଖିଆ-ଜେନାପୁର ରାସ୍ତା ଅବସ୍ଥା ଶୋଚନୀୟ : ତୁରନ୍ତ ମରାମତି ଦାବି
ଧର୍ମଶାଳା, ୧ ଜୁଲାଇ (ହି.ସ.)- ରାଜ୍ୟରେ ମୌସୁମୀ ସକ୍ରୀୟ ରହିଛି । ଫଳରେ ବିଭିିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ତଳିଆ ଅଂଚଳ ସମେତ ଅନେକ ଗ୍ରାମାଚଂଳ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ରାସ୍ତା ଅବସ୍ଥା ଶୋଚନୀୟ ହେବା ଫଳରେ ଯାତାୟତ କରୁଥିବା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
କୁଆଖିଆ-ଜେନାପୁର ରାସ୍ତା ଅବସ୍ଥା ଶୋଚନୀୟ : ତୁରନ୍ତ ମରାମତି ଦାବି


ଧର୍ମଶାଳା, ୧ ଜୁଲାଇ (ହି.ସ.)- ରାଜ୍ୟରେ ମୌସୁମୀ ସକ୍ରୀୟ ରହିଛି । ଫଳରେ ବିଭିିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ତଳିଆ ଅଂଚଳ ସମେତ ଅନେକ ଗ୍ରାମାଚଂଳ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ରାସ୍ତା ଅବସ୍ଥା ଶୋଚନୀୟ ହେବା ଫଳରେ ଯାତାୟତ କରୁଥିବା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ରସୁଲପୁର-ଧର୍ମଶାଳା ବ୍ଲକକୁ ସଂଯୋଗ କରୁଥିବା କୁଆଖିଆ-ଜେନାପୁର ରାସ୍ତା କ୍ଷେତ୍ରରେ । କୁଆଖିଆ ନିକଟସ୍ଥ ମଧୁବନ ଚନ୍ଦନବଜାରଠାରୁ ଗୋପିନାଥପୁର ରାସ୍ତା ଶୋଚନୀୟ ହୋଇପଡିଛି । ଏହି ରାସ୍ତା ୨ ବ୍ଲକକୁ ସଂଯୋଗ କରୁଥିବାରୁ ଏହି ରାସ୍ତା ଦେଇ ଦୈନଦିନ ଶହଶହ ଜନସାଧାରଣ ବିଭିନ୍ନ କାମ ନେଇ ଯାତାୟତ କରିଥାନ୍ତି । ଏହି ରାସ୍ତା ଖରାପ ହେବା ଫଳରେ ଜନସାଧାରଣ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ବ୍ଲକ ଓ ଜିଲା ପ୍ରଶାସନ ଦୃଷ୍ଟି ଦେଇ ରାସ୍ତା ମରାମତି କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande