ଭୁବନେଶ୍ୱର, ୦୧ ଜୁଲାଇ (ହି.ସ.) - ବିଏମସି କମିଶନର ଏବଂ ଗତକାଲି ଆକ୍ରମଣର ଶିକାର ହୋଇଥିବା ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଭେଟି ଆଲୋଚନା କରିଛି ଓଏଏସ ଆସୋସିଏସନ। ଓଏଏସ ସଙ୍ଘର ସଭାପତି ଜ୍ୟୋତି ରଂଜନ ମିଶ୍ର କହିଛନ୍ତି ଆସୋସିଏସନ ତାଙ୍କ ସହ ରହିଛି। ଶକ୍ତ ଆକ୍ସନ ପାଇଁ ଆମେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛୁ। ମାନସିକ, ଶାରୀରିକ ଭାବରେ ତାଙ୍କ ଉପରେ ଆଘାତ ଲାଗିଛି । ମୁଖ୍ୟମନ୍ତ୍ରୀ ଆମକୁ ଆଶ୍ୱାସନା ଦେଇଛନ୍ତି ଯେଉଁ ମାନେ ଦୋଷୀ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ତଦନ୍ତ ଚାଲିଛି ତଦନ୍ତ ପରେ ସମସ୍ତ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆମେ ଆଶା ରଖିଛୁ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା