ଭୁବନେଶ୍ୱର, 1 ଜୁଲାଇ (ହି.ସ.)
- ଓଡ଼ିଶାରେ
ଜଙ୍ଗଲ ରାଜ ଚାଲିଛି। ଆଇନ୍ ନାହିଁ। ଶ୍ରୀ
କ୍ଷେତ୍ର ଘଟଣାକୁ ନେଇ ଓଡିଶା ସାରା ବିଶ୍ୱରେ ନିନ୍ଦିତ ହେଲା। ଆଉ ବିଏମସି ଅତିରିକ୍ତ କମିସନରଙ୍କୁ ଯେଉଁଭଳି ମାଡ ହେଲା ସେଥିରେ ଓଡିଶା ସାରା
ଦେଶରେ ନିନ୍ଦିତ ହୋଇଛି ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ସରକାର ବାକ୍ୟ ବୀର କିନ୍ତୁ କାର୍ଯ୍ୟ ଶୂନ୍ୟ। ସାରା ଭାରତ ବର୍ଷରେ ଓଡ଼ିଶାର ଶାସନ୍ ବ୍ୟବସ୍ଥା
ଲଜ୍ଜିତ ହୋଇଛି। ଅମଲାଙ୍କୁ ଯଦି ଅଫିସ ଭିତରୁ ଘୋଷାଡ଼ି ଆଣି ମାଡ ମରାଯିବ ତାହାଲେ ସାଧାରଣ ଲୋକେ
କେତେ ସୁରକ୍ଷିତ। କେବଳ ରାଜଧାନୀ ନୁହଁ ସାରା ରାଜ୍ୟରେ ଏ ଘଟଣା ଘଟୁଛି। ବିଧାନସଭାରେ ଏ ପ୍ରସଙ୍ଗ ଉଠିବ। ଏସି ରୁମରେ ବସି
ସରକାର ସମୀକ୍ଷା କରୁଛନ୍ତି। ତ୍ରୁଟିଶୂନ୍ୟ
ରଥଯାତ୍ରା ହେବ ବୋଲି କୁହାଗଲା। କିନ୍ତୁ କଣ
ହେଲା। ଅନୁଭବ , ଅଭିଜ୍ଞତାର ଅଭାବ।
ଲୋକେ ତ କ୍ଷମା ଦେବେନି, ମହାପ୍ରଭୁ ଜଗନ୍ନାଥ
ବି କ୍ଷମା ଦେବେନି। ତଦନ୍ତ କରିବେ ବୋଲି କହୁଛନ୍ତି କିନ୍ତୁ ପୁରୀ ରାଜଭବନରେ ଓଡ଼ିଆ ଏଏସଓଙ୍କୁ
ମାଡ ଘଟଣାର ରିପୋର୍ଟ କୁଆଡେ ଗଲା। ଏହା କଣ ଓଡିଆ ଅସ୍ମିତା ବୋଲି ପ୍ରଶ୍ନ ଉଠାଇଛନ୍ତି ପ୍ରସନ୍ନ
ଆଚାର୍ଯ୍ୟ ।
ଧାନ ମଣ୍ଡିରେ ଧାନ ପଡି ରହିଛି। ସରକାର ନେଉ ନାହାନ୍ତି। ରବି ଧାନ ଛତିଶଗଡ଼ କିଣେ
ନାହିଁ। ଚାଷୀ ବାଧ୍ୟ ହୋଇ କମ ଦରରେ ଧାନ ବିକୁଛି। ପଶ୍ଚିମ ଓଡିଶାରେ ଭୟଙ୍କର ସ୍ଥିତି। ଚାଷୀ
ହତାଶ କହି ବର୍ଷିଛନ୍ତି ବିରୋଧୀ ଦଳ ଉପନେତା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା