ପୁରୀ, ୧ ଜୁଲାଇ (ହି.ସ.)- ରଥଯାତ୍ରାରେ ଶରଧାବାଲିରେ ଗହଳିଚହଳି ଲାଗିଛି । ବଡଶଙ୍ଖ ଠାରେ ଆଶୀର୍ବାଦ ଅଟା ଷ୍ଟଲ ଖୋଲାଯାଇଛି । ଏହି ଷ୍ଟଲକୁ ଆନୁଷ୍ଠାନିକ ଭାବେ ଓଡିଆ ଚଳଚିତ୍ର ଅଭିନେତ୍ରୀ ତଥା ଗ୍ଲାମର କୁଇନ ଏଲିନା ସାମନ୍ତରାୟ ଉଦଘାଟନ କରିଥିଲେ । ଆଶୀର୍ବାଦ ଅଟା ଭକ୍ତ ଓ ଗ୍ରାହକ ମାନଙ୍କ ପାଇଁ ଭକ୍ତି ପଥେ ଆଗେଇ ନେବା ପାଇଁ ପ୍ରୟାସ କରିଛି । ଆଶୀର୍ବାଦ ଶୁଦ୍ଧ ଚକି ଅଟା ଭର୍ଚୁଆଲ ପଦ୍ଧତିରେ ଭକ୍ତିଭାବ ନେଇ ଗ୍ରାହକଙ୍କ ସହ ଯୋଡି ହୋଇଛି । ଷ୍ଟଲରେ ଦେବତା ମାନଙ୍କ ହୋଲୋଗ୍ରାଫିକ ଦର୍ଶନ ସୁବିଧା ରହିଛି । ଆଇଟିସି ଲିମିଟେଡର ଫୁଡସ ଡିଭିଜନ ସିଇଓ ଅନୁଜ ରୁସ୍ତଗୀ ଯୋଗଦେଇ କହିଲେ, ଆଶୀର୍ବାଦ ଅଟା ରଥଯାତ୍ରାରେ ଗ୍ରାହକଙ୍କ ଅଂଶବିଶେଷ ହୋଇଛି । ଭକ୍ତିପଥେ ଭକ୍ତ ମାନଙ୍କୁ ପ୍ରଯୁକ୍ତି ବିଦ୍ୟା ସହଯୋଗରେ ଭକ୍ତି ଭାବ ସୃଷ୍ଟି କରିଛି । ଆଶୀର୍ବାଦ ଶୁଦ୍ଧ ଚକି ଅଟାରେ ଅସଲିପଣ ରହିଛି । ପ୍ରସାଦ ପ୍ରସ୍ତୁତି ଜୋନରେ ଭକ୍ତଗଣ ଆଶୀର୍ବାଦ ଶୁଦ୍ଧ ଚକି ଅଟାରୁ ପାରମ୍ପରିକ ପ୍ରସାଦ ପ୍ରସ୍ତୁତ କରି ଡିଜିଟାଲ ପଦ୍ଧତିରେ ଭଗବାନଙ୍କୁ ଅର୍ପଣ କରିପାରିବେ । ବଡ ଏଲଇଡି ପରଦାରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ରଥ ଉପରେ ବସିଥିବା ହୋଲୋଗ୍ରାଫିକ ଦର୍ଶନ ପାଇପାରିବେ । ଆଶୀର୍ବାଦ ଅଟା ଷ୍ଟଲରେ ଭକ୍ତ ଶୁଦ୍ଧ ଅଟା ପାଇବା ସହ ଭଗବାନଙ୍କ ଡିଜିଟାଲ ଦର୍ଶନ କରି ଶାନ୍ତି ପାଇବେ । ଷ୍ଟଲକୁ ଆସୁଥିବା ପରିଦର୍ଶକଙ୍କୁ ରଥଯାତ୍ରା ଫଟୋ ଫିଲଟର ଉପହାର ଆକାରରେ ପ୍ରଦାନ କରାଯିବ । ଏହି ଫଟୋଚିତ୍ର ଜରିଆରେ ବନ୍ଧୁ ବାନ୍ଧବ ଓ ପରିବାରବର୍ଗଙ୍କୁ ଯୋଡି ପାରିବେ । ଭକ୍ତ ଗ୍ରାହକ ମାନେ ଆଶୀର୍ବାଦ ଭକ୍ତି ପଥେ ପରିଦର୍ଶନ କରି ଇଶ୍ବରୀୟ ଆଧ୍ୟାତ୍ମିକ ଦର୍ଶନରେ ସାମିଲ ହେବା ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ