ପାଟନାଳୀ ହେଉନି ସଫେଇ - ଜମି ରହୁଛି ଉଦ୍ ବୃତ ପାଣି , ଚାଷଜମି ଜଳମଗ୍ନ-ଚିନ୍ତାରେ ଚାଷୀ
ପାଟନାଳୀ ହେଉନି ସଫେଇ - ଜମି ରହୁଛି ଉଦ୍ ବୃତ ପାଣି , ଚାଷଜମି ଜଳମଗ୍ନ-ଚିନ୍ତାରେ ଚାଷୀ
ପାଟନାଳୀ ହେଉନି ସଫେଇ - ଜମି ରହୁଛି ଉଦ୍ ବୃତ ପାଣି , ଚାଷଜମି ଜଳମଗ୍ନ-ଚିନ୍ତାରେ ଚାଷୀ


ସାଲେପୁର , 1 ଜୁଲାଇ (ହି.ସ.) : କଟକ ଡ୍ରେନେଜ୍ କଟ୍ ପକ୍ଷରୁ ପ୍ରତିବର୍ଷ ଡ୍ରେନେଜ୍ ସଫା ହେବାକୁ ଅର୍ଥ ମଞ୍ଜୁର ହୋଇଥାଏ । ତାହା କେବଳ ଠିକାଦାର ଯନ୍ତ୍ରୀ ଜାଣିଥାଆନ୍ତି । ଚାଷୀଙ୍କୁ ଅଜ୍ଞାତରେ ରଖି ଲୁଟି ଖାଇଥାଆନ୍ତି ଠିକାଦାର ଯନ୍ତ୍ରୀ ହେଲେ ଚାଷୀମାନେ ଚାଷ କରିନପାରି ମୁଣ୍ଡରେ ହାତ ଦେଇ ବସିଥାଆନ୍ତି । ଏବେ ଚାଷୀମାନେ ତଳିଘେରା ପ୍ରସ୍ତୁତ କରି ତଳି ପକାଇବା ସହ ଯେଉଁଚାଷୀମାନେ ଧାନ ବୁଣାକାମ (ବୁଆ)କରିଛନ୍ତି ସେହି ଚାଷଜମିଗୁଡିକ ଏବେ ଜଳମଗ୍ନ ହୋଇ ରହିଛି ହଳରେ ଚାଷୀ ନା ପକାଇପାରିଛି ଧାନ ତଳି ନା କରିପାରୁଛି ବୁଆ ବେଉଷଣ । ବୁଆ ଧାନ କିଆରୀରେ ଆଣ୍ଟୁଏ ପାଣି । ପାଣି ଜମିରହିବା ଫଳରେ ଧାନ ଗଛ ଗୁଡିକ କଟିବାରେ ଲାଗିଲାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଗୁଲିପଡା ମାଇନର ପାଟନାଳୀରେ । ଏହି ପାଟନାଳୀ ନଗସପୁର ବାଲିଗରଡାଠାରୁ ଦାଉଦପୁର, ବୋଧଙ୍ଗ, ବଙ୍ଗୁଲୀପଡା ଓ ନରାଜପୁର ଦେଇ ପ୍ରବାହିତ । ଏହି ପାଟନାଳୀ ସଫେଇ ନହେବାରୁ ସେ ଅଂଚଳର ଶହ ଶହ ଏକର ଚାଷଜମିରେ ଚାଷ କାମ ହେବା ପାଇଁ ଆଶଙ୍କା ଦେଖାଦେଇଛି । ପ୍ରତିବର୍ଷ ସଫେଇ ନାଁରେ ଲକ୍ଷ ଲକ୍ଷ ଟଙ୍କା ଆସୁଥିଲେ ମଧ୍ୟ ସଠିକ୍ ସମୟରେ ପାଟନାଳୀ ସଫେଇ ନହେବାରୁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ଚାଷୀଙ୍କ ଅଭିଯୋଗ ପାଇଲା ପରେ ନିର୍ବାଚିତ ଜନପ୍ରତିନିଧିମାନେ ଆସି ମିଛି ମିଛିକା ତଦନ୍ତ କରି ତୁରନ୍ତ ସମାଧାନ ହେବାର ପ୍ରତିଶୃତି ଦେଇ ଚାଲିଯାଆନ୍ତି । ହେଲେ ଚାଷୀରଭାଗ୍ୟ ବଦଳେ ନାହିଁ । ଡ୍ରେନେଜ କଟ୍‌ର ଅଧିକାରୀମାନେ ଏହି ଅଂଚଳକୁ କେବେ ବୁଲିବାକୁ ଆସିନଥାଆନ୍ତି । ଏଥିପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ସ୍ଥାନୀୟବିଧାୟକ ଟିକିଏ ଦୃଷ୍ଟିଦେଲେ ଚାଷୀମାନେ ସେମାନଙ୍କର ଚାଷକାର୍ଯ୍ୟ ସୁରୁଖୁରୁରେ କରିପାରିବେ ବୋଲି ଅଂଚଳରଚାଷୀମାନେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରତ୍ନାକର ବାରିକ୍


 rajesh pande