ଲଗାଣ ବର୍ଷା, ପରିବା ଦର ଆକାଶ ଛୁଆଁ
ଧର୍ମଶାଳା,୧ ଜୁଲାଇ (ହି.ସ.)- ଯାଜପୁର ଜିଲାରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ଅନେକ ତଳିଆ ଅଂଚଳରେ କ୍ଷେତ ଜମିରେ ବର୍ଷା ଜଳ ଜମି ରହିଛି । ଫଳରେ ପରିବା ଫସଲ ଉପରେ ପ୍ରଭାବ ପଡିଛି । ଫସଲ ଅମଳ ପ୍ରଭାବିତ ହେବା ଫଳରେ ଏବେ ପରିବା ଦର ଉପର ମୁହାଁ ହୋଇଛି । ଫଳରେ ଖାଉଟିମାନେ ପ୍ରବାଭିତ ହୋଇଛନ୍ତି । ଯା
ଲଗାଣ ବର୍ଷା, ପରିବା ଦର ଆକାଶ ଛୁଆଁ


ଧର୍ମଶାଳା,୧ ଜୁଲାଇ (ହି.ସ.)- ଯାଜପୁର ଜିଲାରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ଅନେକ ତଳିଆ ଅଂଚଳରେ କ୍ଷେତ ଜମିରେ ବର୍ଷା ଜଳ ଜମି ରହିଛି । ଫଳରେ ପରିବା ଫସଲ ଉପରେ ପ୍ରଭାବ ପଡିଛି । ଫସଲ ଅମଳ ପ୍ରଭାବିତ ହେବା ଫଳରେ ଏବେ ପରିବା ଦର ଉପର ମୁହାଁ ହୋଇଛି । ଫଳରେ ଖାଉଟିମାନେ ପ୍ରବାଭିତ ହୋଇଛନ୍ତି । ଯାଜପୁର ଜିଲାର ବଡଚଣା, ଧର୍ମଶାଳା, ରସୁଲପୁର ଓ ବରୀ ବ୍ଲକ ତଳିଆ ଅଂଚଳ ଭାବେ ବେଶ୍ ଜିଲାରେ ପରିଚିତ । ପାଖାପାଖି ୮୦ ପ୍ରତିଶତ ଚାଷୀ ସାଧାରଣତଃ ପନିପରିବା ଚାଷ କରି ପରିବାର ପ୍ରତିପୋଷଣ କରନ୍ତି । ଏବେ ସାରା ରାଜ୍ୟରେ ଲଗାଣ ବର୍ଷା ହେବା ଫଳରେ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି । ବିଶେଷ କରି ଧର୍ମଶାଳା ଓ ରସୁଲପୁର ବ୍ଲକରେ ଚାଷ ଉପରେ ବେଶି ପ୍ରଭାବ ପଡିଛି । ଶହଶହ ହେକ୍ଟର ଚାଷ ଜମି ଉପରେ ବ୍ୟାପକ କ୍ଷତି ପଂହଚାଇଛି । ଚାଷ ଜମିରେ ଚାଷୀ ବାଇଗଣ, ଭେଣ୍ଡି, କାକୁଡି, ଜହ୍ନି, ବିଲାତି, କଲରା ଓ ଝୁଡଙ୍ଗ ଭଳି ପରିବା ଚାଷ କରନ୍ତି । ପରିବା କ୍ଷେତରେ ପାଣି ଜମିରହିବା ଫଳରେ ଚାଷୀ ଏବେ ଚିନ୍ତାରେ ପଡିଛି । ଗଛ ମୂଳରେ ପାଣି ଜମିବା ଫଳରେ ଗଛରୁ ଫଳ କମି ଯାଇଛି । ଫଳରେ ଅଂଚଳରେ ପରିବା ଅଭାବ ଦେଖାଦେଇଛି । ଏଥିପାଇଁ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଛି । ଅନ୍ୟପଟେ ପରିବା ଦର ବୃଦ୍ଧି ପାଇବା ଫଳରେ ଖାଉଟିଙ୍କ ଚିନ୍ତା ବଢିଛି।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande