ଭୁବନେଶ୍ୱର, 1 ଜୁଲାଇ (ହି.ସ.)
- ଗଞ୍ଜାମ
ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକ ନିଲମ୍ବିତ । ଜଟଣୀ ସବରେଜିଷ୍ଟର ଥିବା ବେଳେ
ଦୁର୍ନୀତି ପାଇଁ ନିଲମ୍ବିତ । ନିଲମ୍ବନ କଲା ରାଜସ୍ବ ବିଭାଗ । ସବରେଜିଷ୍ଟର ଥିବା ବେଳେ ବେଆଇନ
ଭାବେ ହୋମ ଭିଜିଟ କରି କରିଥିଲେ ଜମି ରେଜିଷ୍ଟ୍ରେସନ । ମାର୍ଚ୍ଚ 2023ରୁ ମେ 2025 ଭିତରେ ଜଟଣୀ
ସବରେଜିଷ୍ଟର ଥିବା ବେଳେ 322 ଥର ହୋମ ଭିଜିଟ୍ କରି ରେଜିଷ୍ଟ୍ରେସନ
କରିଥିଲେ । ଏମିତିକି ବିନା ଅନୁମତିରେ ମଧ୍ୟ ଜିଲ୍ଲା ବାହାରକୁ ଯାଇ ରେଜିଷ୍ଟ୍ରେସନ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା