ବଲାଙ୍ଗିର, 11 ଜୁଲାଇ (ହି.ସ.) ଜିଲ୍ଲା ବ୍ରାହ୍ମଣ ମହାସଭା ଆନୁକୁଲ୍ୟରେ ବନୋମହୋତ୍ସବ ଉପଲକ୍ଷେ ପ୍ରସ୍ତାବିତ ଭଗବାନ ପର୍ଶୁରାମ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲା ବନ ବିଭାଗ ସହଯୋଗରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଓ ବନ ବିଭାଗ (କେନ୍ଦୁପତ୍ର) ଉପବନ ଅଧିକାରୀ କେଶବ ନାଏକ, ବନପାଳ କାର୍ତିକ ଚନ୍ଦ୍ର ସୁଆର ଓ ବ୍ୟାସଦେବ ସାହୁ ଉପସ୍ଥିତ ଥିଲେ । ନଗର ସଭାପତି ତଥା ରାଜ୍ୟ ପର୍ଶୁରାମ ବାହିନୀର କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ ବ୍ରାହ୍ମଣ ସମାଜର କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, ଜିଲ୍ଲା ବ୍ରାହ୍ମଣ ମହାସଭା ସମ୍ପାଦକ ଜୟରାମ ମିଶ୍ର, ସୁଧିର ତ୍ରିପାଠି, ଜଗଦିଶ ନାଥ ଓ ରାକେଶ ପଣ୍ଡା ଅନ୍ୟାନ୍ୟ ସଦସ୍ୟଙ୍କ ସହଯୋଗରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା । ଏହି ମହାନ କାର୍ଯ୍ୟକ୍ରମରେ ଜିଲ୍ଲା ବ୍ରାହ୍ମଣ ସମାଜର ସଭାପତି ଗୋପବନ୍ଧୁ ପୁରୋହିତ, କାର୍ଯ୍ୟକାରୀ ସଦସ୍ୟ ପୁରୁଷୋତ୍ତମ ପଣ୍ଡା, ଦାମୋଦର ଓତା, ଶ୍ୟାମ ସୁନ୍ଦର ଦାଶ, ସଂଗଠନ ସମ୍ପାଦକ କିଶୋର ପୁରୋହିତ, ନଗର ସମ୍ପାଦକ ସଂକିର୍ତନ ତ୍ରିପାଠି, ଶକ୍ତି ବାହିନୀ ମୁଖ୍ୟ କସ୍ତୁରୀ ରଥ, ବରିଷ୍ଠ ସଦସ୍ୟ ଶ୍ରୀକର ମିଶ୍ର, ଲୋକନାଥ ନେପାକ, ଶିବ ଶଙ୍କର ଖୁଆସ, ଅଶୋକ ପାଣ୍ଡିଆ, ପଣ୍ଡିତ ସନ୍ତୋଷ ପଣ୍ଡା, ସନ୍ତୋଷ ଶତପଥି, ନିଳାଚଳ ହୋତା, ସୁଧିର ଚାନ୍ଦ, ଇଂ. କିଶୋର ମିଶ୍ର, ଦିବାକର ହୋତା, ମଧୁ ନାୟକ, ବିରଂଚି ମିଶ୍ର, ବସନ୍ତ ଆଚାର୍ଯ୍ୟ, ସିଦ୍ଧେଶ୍ୱର ପାଣିଗ୍ରାହୀ, ବିଧୁ ଭୂଷଣ ତ୍ରିପାଠି, ବିନୟ ପୁଜାରୀ, ଶିବ ନାରାୟଣ ରଥ, କୃପାସିନ୍ଧୁ ମିଶ୍ର, ରାଜେନ୍ଦ୍ର ମିଶ୍ର, ରାମ ଶଙ୍କର ଶତପଥି, ସୁରେଶ ମିଶ୍ର, ଆନନ୍ଦ ଖୁଆସ, ଆର୍ତତ୍ରାଣ ଠାକୁର, ଗଙ୍ଗା ଚାନ୍ଦ, ପ୍ରଦୀପ ଗୁରୁ, ସନ୍ତୋଷ ନନନ୍ଦ, ଗିରିଶ ପଣ୍ଡା, କାହ୍ନା ଶତପଥି, ବିଘ୍ନରାଜ ମିଶ୍ର, ନିତ୍ୟାନନ୍ଦ ମିଶ୍ର, ତିର୍ଥବାସୀ ମିଶ୍ର ତଥା ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏପରି ସାମାଜିକ ଓ ବନିକରଣ କାର୍ଯ୍ୟକୁ ବୁଦ୍ଧିଜିବୀ ଓ ସାଧାରଣ ଜନତା ଭୟସୀ ପ୍ରଶଂସା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ