ଚାଷର ପ୍ରାରମ୍ଭରୁ ସାର ଅଭାବ ଝଟକା : ଚାଷୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ସରକାରଙ୍କ ଆଭିମୁଖ୍ୟ
ସମ୍ବଲପୁର, ୧୧ ଜୁଲାଇ (ହି.ସ.) - ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଆରମ୍ଭରୁ ଦେଖାଦେଇଛି ଚାଷୀଙ୍କ ସମସ୍ୟା। ସାର ପାଇଁ କୃଷି ଉପରେ ନିର୍ଭର କରୁଥିବା ଚାଷୀ ଆରମ୍ଭରୁ ହିଁ ସାର ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି । ନିକଟରେ ରବି ଧାନବିକ୍ରି ନେଇ ସମ୍ବଲପୁର, ବରଗଡ଼, ଝାରସୁଗୁଡା ଓ ଦେବଗଡ଼ ଜିଲ୍ଲାର
ଚାଷର ପ୍ରାରମ୍ଭରୁ ସାର ଅଭାବ ଝଟକା :  ଚାଷୀଙ୍କ ଭାଗ୍ଯ ନିର୍ଦ୍ଧାରଣ କରିବ ସରକାରଙ୍କ ଆଭିମୁଖ୍ୟ


ସମ୍ବଲପୁର, ୧୧ ଜୁଲାଇ (ହି.ସ.) - ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଆରମ୍ଭରୁ ଦେଖାଦେଇଛି ଚାଷୀଙ୍କ ସମସ୍ୟା। ସାର ପାଇଁ କୃଷି ଉପରେ ନିର୍ଭର କରୁଥିବା ଚାଷୀ ଆରମ୍ଭରୁ ହିଁ ସାର ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି । ନିକଟରେ ରବି ଧାନବିକ୍ରି ନେଇ ସମ୍ବଲପୁର, ବରଗଡ଼, ଝାରସୁଗୁଡା ଓ ଦେବଗଡ଼ ଜିଲ୍ଲାର ଚାଷୀମାନଙ୍କୁ ଖୁବ୍ ହଇରାଣ ହେବାକୁ ପଡିଥିଲା। ଅନ୍ୟପଟେ ଏବେ ଖରିଫ୍ ଚାଷକାର୍ଯ୍ୟ ଆରମ୍ଭରୁ ହିଁ ଚାଷୀ ମାନଙ୍କୁ ସାର ପାଇଁ ବାର ଦୁଆର ଶୁଣ୍ଢି ପିଣ୍ଡା ହେବାକୁ ପଡ଼ିଲାଣି। ବର୍ତମାନ ଚାଷୀଙ୍କୁ ୟୁରିଆ ଏବଂ ଡିଏପି ସାରର ଆବଶ୍ୟକତା ଥିବାବେଳେ ତାହା ସେମାନଙ୍କୁ ସରକାର ଠିକ୍ ଭାବେ ଯୋଗାଇବା ପାଇଁ କୈଣସି ବ୍ୟବସ୍ଥା କରିନଥିବାରୁ ଚାଷୀମାନେ ବାଧ୍ୟ ହୋଇ ଆବଶ୍ୟକୀୟ ସାର କିଣିବାକୁ କଳାବଜାରର ସମ୍ମୁଖୀନ ହେଉଥିବା ଅଭିଯୋଗ ତୀବ୍ର ଅସନ୍ତୋଷର କାରଣ ପାଲଟିଛି ।

ଏହି ଖରିଫ ଚାଷକାର୍ଯ୍ୟ ଆରମ୍ଭରୁ ସାରର ଅଭାବ ଏବଂ କଳାବଜାର ଚାଷୀମାନଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଲାଣି।ଫଳରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏବେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଖରିଫ୍ ଚାଷକାର୍ଯ୍ୟ ଜୋର୍ ଧରିଥିବା ବେଳେ ଦେବଗଡ଼ ଓ ଝାରସୁଗୁଡା ଜିଲ୍ଲାରେ କେତେକ ସ୍ଥାନରେ ମଧ୍ୟ ଚାଷବାସ ଏକରକମର ଆରମ୍ଭ ହେଲାଣି। ଅନେକ ସ୍ଥାନରେ ଚାଷୀମାନେ ଧାନ ବୁଣାବୁଣି ଆରମ୍ଭ କରିଦେଇ ଥିବାବେଳେ କେତେକ ସ୍ଥାନରେ ଧାନପହ୍ଲା ରୁଆ ମଧ୍ୟ ସରିଯାଇଛି। ସେପଟେ ଲଗାଣ ବର୍ଷା ଏହି ଚାଷକୁ ଦୋହଲାଇ ଦେଇଥିବା ବେଳେ ଚାଷୀଙ୍କୁ ଆବଶ୍ୟକ ଡିଏପି ଏବଂ ୟୁରିଆ ସାର ନ ମିଳିବା ଦୁଃଖର କାରଣ ସାଜିଛି। ବର୍ତମାନ ଡିପିଏ ଓ ୟୁରିଆ ସାର ଯଥେଷ୍ଟ ଆବଶ୍ୟକ ଥିବାବେଳେ ତାହା ଚାଷୀଙ୍କୁ ପର?୍ୟ୍ୟାପ୍ତ ପରିମାଣରେ ମିଳୁ ନଥିବାରୁ ଚାଷୀମାନଙ୍କ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଲାଣି। ସରକାରୀ ଧାର?୍ୟ୍ୟ ଦରରେ ସାର ବିକ୍ରି ପାଇଁ ଜିଲ୍ଲା ମାନଙ୍କରେ ଲାଇସେନ୍ସପ୍ରାପ୍ତ ରିଟେଲର, ହୋଲସେଲର ଏବଂ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଗୁଡ଼ିକୁ ଦାୟିତ୍ୱ ଦିଆଯାଇଛି। ଚଳିତ ଖରିଫ୍‌ରେ ବରଗଡ଼ ଜିଲାରେ ୩ଲକ୍ଷ ୪୨ହଜାର ୨୩୦ହେକ୍ଟର ଜମିରେ ଚାଷକାର୍ଯ୍ୟ ଲକ୍ଷ୍ୟ ରହିଛି। ଏହି କ୍ରମରେ ୟୁରିଆ ୩୩ହଜାର ୮୦୦, ଡିଏପି ୧୭ହଜାର, ଏମ୍‌ଓପି ୪ହଜାର, ଏଏସ୍‌ପି ୫୦୦, କମ୍ପେ୍ଲକ୍ସ(୨୦-୨୦-୦-୧୩) ୧୧ହଜାର, କମ୍ପେ୍ଲକ୍ସ (୨୮-୨୮-୦), ୮୯୫୦, କମ୍ପେ୍ଲକ୍ସ (୧୦-୨୬-୨୬) ୫, କମ୍ପେ୍ଲକ୍ସେସ୍ (୧୬-୧୬-୧୬) ୧୩୨୫, କମ୍ପେ୍ଲକ୍ସେସ (୧୪-୩୫-୧୪) ୨୦ମେଟ୍ରିକ ଟନ୍ ଫସଲରେ ପ୍ରୟୋଗର ଲକ୍ଷ୍ୟ ରହିଛି। ମାତ୍ର ଆବଶ୍ୟକତା ଠାରୁ ଯଥେଷ୍ଟ ୟୁରିଆ ଏବଂ ଡିଏପି ସାର ବରଗଡ଼ ଜିଲାକୁ ଯାଇଥିବା ବେଳେ କେତେକ ମୁନାଫାଖୋର ବ୍ୟବସାୟୀ ଏହାର ଭରପୁର ଫାଇଦା ଉଠାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସରକାରୀ ଧାର୍ଯ୍ୟ ଦର ମୁତାବକ ୟୁରିଆ ସାର ପକେଟ୍ (୪୫କି.ଗ୍ରା) ପ୍ରତି ୨୬୬ଟଙ୍କା ୫୦ପଇସା ରହିଛି। ମାତ୍ର ଏହାକୁ ଚଢ଼ାଦର ଅର୍ଥାତ୍ ୩୫୦ ଟଙ୍କାରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ବରଗଡ଼ ପରି ଅନ୍ୟ ଜିଲ୍ଲା ଗୁଡିକରୁ ମଧ୍ୟ୍ୟ ଏହିଭଳି ଅଭିଯୋଗ ଗଣମାଧ୍ୟମକୁ ଆସିଲଣି। କେବଳ ସେତିକି ନୁହେଁ, ଜଣେ ଚାଷୀ ୨ପକେଟ୍ ୟୁରିଆ ସାର କିଣିଲେ, ତାଙ୍କୁ ନାନୋ ୟୁରିଆ ବୋତଲ ନେବାକୁ ବାଧ୍ୟ କରାଯାଉଛି। ଫଳରେ ସେମାନଙ୍କ ଉପରେ ଅତିରିକ୍ତ ଆର୍ôଥକ ବୋଝ ପଡୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସେହିପରି ଡିଏପି ସାରକୁ ମଧ୍ୟ ଅନୁରୂପ ଭାବେ ଚଢ଼ାଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ସରକାରୀ ଧାର୍ଯ୍ୟଦର ମୁତାବକ ଡିଏପି ସାର ପକେଟ୍ (୫୦କି.ଗ୍ରା) ପ୍ରତି ୧୩୫୦ଟଙ୍କା ଅଟେ। କିନ୍ତୁ ଏହି ସାରକୁ ଲାଇସେନ୍ସପ୍ରାପ୍ତ ରିଟେଲର, ହୋଲସେଲର ମାନେ ଚଢ଼ାଦରରେ ଅର୍ଥାତ୍ ୧୫୫୦ ଟଙ୍କାରୁ ୧୬୦୦ ଟଙ୍କାରେ ବିକ୍ରି କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ତେବେ ଏଭଳି ସ୍ଥଳେ ପ୍ରାଥମିକ କୃଷି ସମବାୟ ସମିତି ଗୁଡ଼ିକୁ ଗଲେ ସେଠାରେ ସାର ନଥିବା ନେଇ ବିଭାଗୀୟ କର୍ମଚାରୀମାନେ ସଫେଇ ଦେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଚାଷକାର୍ଯ୍ୟର ପ୍ରାଥମିକ ପର୍ଯ୍ୟାୟରେ ଡିଏପି ଏବଂ ୟୁରିଆ ସାର ପ୍ରୟୋଗର ଯଥେଷ୍ଟ ଆବଶ୍ୟକ ପଡ଼ିଥାଏ। କିନ୍ତୁ ବର୍ତମାନ ଏହି ସାର ପାକ୍ସ ଗୁଡ଼ିକରେ ପର୍ଯ୍ୟାପ୍ତଭାବେ ଉପଲବ୍ଧ ହେଉନାହିଁ। ଅପରପକ୍ଷେ କେତେକ ରିଟେଲର ଏହାର କଳାବଜାର କରୁଥିବାବେଳେ ସେଥିପ୍ରତି କୃଷି ବିଭାଗ ନୀରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଚାଷୀମାନେ ଆରମ୍ଭରୁ ହିଁ ଅଭିଯୋଗ କଲେଣି। କଳାବଜାର ରୋକିବାକୁ ସରକାର ପୂର୍ବରୁ ଘୋଷଣା କରି ଏଥିରେ ସମ୍ପୃକ୍ତ ରିଟେଲରମାନଙ୍କୁ କଳା ତାଳିକାଭୁକ୍ତ କରିବା ଓ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ବର୍ତମାନ ଠାରୁ ସଜାଗ ନହେଲେ ଏହା ଆଗକୁ ବଡ଼ ସମସ୍ୟା ହୋଇ ଠିଆ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସରକାର ତୁରନ୍ତ ଏହି ସମସ୍ୟାରେ ହସ୍ତକ୍ଷେପ କରି ଚାଷୀମାନେ ଯେଭଳି ସରକାରୀ ନିର୍ଦ୍ଧାରୀତ ମୂଲ୍ୟରେ ଆବଶ୍ୟକ ମତେ ସାର ପାଇପାରିବେ, ସେଥିପ୍ରତି ଆଗୁଆ ପଦକ୍ଷେପ ନେବାକୁ ଚାଷୀମହଲରେ ଦାବି ହୋଉଛି। ତେବେ ସାର କଳାବଜାର ନେଇ କୌଣସି ଜିଲ୍ଲା କୃଷି ଅଧିକାରୀଙ୍କ ନିକଟରେ ଅଭିଯୋଗ ନଥିବା କେତେକ କୃଷି ଅଧିକାରୀ କହିଛନ୍ତି। ତେବେ କିଛି ନିର୍ଦ୍ଦିଷ୍ଟ ଅଭିଯୋଗ ଆସିଲେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୃଷି ଅଧିକାରୀ ମାନଙ୍କ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଏହାର ସ୍ୱଛତା ନେଇ ଚାଷୀଙ୍କ ମନରେ ସନ୍ଦେହ ରହୁଥିବା କହୁଛନ୍ତି। ଚାଷୀଙ୍କ ଆବଶ୍ୟକତାକୁ ଅଣଦେଖା କରି କେତେକ ଅଧିକାରୀ ନିଜର ଫାଇଦାକୁ ଆଖିଆଗରେ ରଖି ଚାଷୀମାରାଣ ନୀତି ଆପଣେଇ ମିଳି ଭଗତେରେ ସାମିଲ ହେବାର ଅନେକ ଦୃଷ୍ଟାନ୍ତ ଥିଲେବି ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଆରମ୍ଭରୁ ଲୋକଙ୍କ ସରକାର ଆଭିମୁଖ୍ୟ ଉପରେ ଚାଷୀଙ୍କ ଭବିଷ୍ୟତ ନିର୍ଭର କରୁଛି ବୋଲି ସାଧାରଣରେ କୁହାଯାଉଛି ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande