ଭଦ୍ରକ, ୧୧ ଜୁଲାଇ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଦୋଳସାହିରେ ସରସ୍ୱତୀ ଶିଶୁ ବିଦ୍ୟମନ୍ଦିର ଗୁରୁବାର ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସେବକ କିଶୋର କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ବିଦ୍ୟାମନ୍ଦିରକୁ ଉଦ୍ଘାଟନ କରିଥିଲେ। ଶିକ୍ଷା ବିକାଶ ସମିତି ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଉଦ୍ଘାଟନ ଉତ୍ସବରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସମାଜସେବୀ ବିଶ୍ୱଜିତ୍ ବେହେରା, ବିନ୍ଧା ସ୍ଥିତ ଶିଶୁ ବିଦ୍ୟାମନ୍ଦିରର ସମ୍ପାଦକ ମଥୁରାମୋହନ ବେହେରା ପ୍ରମୁଖ ଯୋଗ ଦେଇ ଶିଶୁ ବିଦ୍ୟାମନ୍ଦିର ଶିକ୍ଷା ସହିତ ପିଲାମାନଙ୍କୁ ଆଧ୍ୟାତ୍ମିକ ଓ ବୌଦ୍ଧିକ ଶିକ୍ଷା ଦେଇଥାଏ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ମନୋରଂଜନ ଦୀକ୍ଷିତ, ଧନେଶ୍ୱର ବିଶ୍ୱାଳ, ଦିଲୀପ ଓଝା, ଉମାକାନ୍ତ ସାମଲ ପ୍ର୍ରମୁଖ ଉପସ୍ଥିତ ଥିଲେ। ଗୁରୁ ପୂଜନ, ଧ୍ୱଜ ପୂଜନ ଓ ଭାରତ ମାତା ପୂଜନ ପରେ ଗୁରୁମା ଶ୍ୱେତା ମିଶ୍ରଙ୍କ ତତ୍ୱାବଧାନରେ ଶିଶୁ ବିଦ୍ୟାମନ୍ଦିରରେ ୫ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖାଇ ବିଦ୍ୟାଳୟ ପ୍ରବେଶ କରାଯାଇଥିଲା। ଶିଶୁ ବିଦ୍ୟାମନ୍ଦିରର ଶୁଭ୍ରାଂଶୁ ସାହୁ, ପ୍ରୀୟାଂଶୀ ସାହୁ, ଶୁଭଲକ୍ଷ୍ମୀ ସାହୁ, ଶ୍ରଦ୍ଧାଞ୍ଜଳି ସାହୁ, ଦିବ୍ୟାଂଶୀ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ