ଡ୍ରାଇଭର ସଂଘ ସହ ବିଧାୟକ ସଂଜୀବ ମଲ୍ଲିକଙ୍କ ଆଲୋଚନା
ଭଦ୍ରକ, ୧୧ ଜୁଲାଇ (ହି.ସ.) - ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ନେରଡା ଗ୍ରାମ ପଂଚାୟତ ଠାରେ ଓଡ଼ିଶା ଡ୍ରାଇଭର ସଂଘର ଆନ୍ଦୋଳନ ଷ୍ଟେରିଙ୍ଗି ଛାଡ ଆନ୍ଦୋଳନ ଚାଲିଥିବା ବେଳେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଧାରଣ ସ୍ଥଳରେ ପହଂଚି ଆନ୍ଦୋଳନରେ ଉପସ୍ଥିତ ଥିବ
DRIVER SANGHA WITH MLA SANJIB MALICK ALOCHANA


ଭଦ୍ରକ, ୧୧ ଜୁଲାଇ (ହି.ସ.) - ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ନେରଡା ଗ୍ରାମ ପଂଚାୟତ ଠାରେ ଓଡ଼ିଶା ଡ୍ରାଇଭର ସଂଘର ଆନ୍ଦୋଳନ ଷ୍ଟେରିଙ୍ଗି ଛାଡ ଆନ୍ଦୋଳନ ଚାଲିଥିବା ବେଳେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଧାରଣ ସ୍ଥଳରେ ପହଂଚି ଆନ୍ଦୋଳନରେ ଉପସ୍ଥିତ ଥିବା ଗାଡ଼ି ଚାଲକ ମାନଙ୍କୁ ଭେଟିଥିଲେ। ଏବଂ ସେମାନଙ୍କ ସମସ୍ୟା ବା ଦାବି ସମ୍ପର୍କରେ ଆଲୋଚନା କରିବା ସହ ଡ଼୍ରାଇଭର ସଂଘର ସମସ୍ୟା ର ସମାଧାନ ପାଇଁ ରାଜ୍ୟ ସରକାର ତଥା ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ ସହିତ ଆଲୋଚନା କରିବେ ବୋଲି କହିଥିଲେ। ବିଧାୟକ ଶ୍ରୀ ମଲ୍ଲିକଙ୍କ ସହ ଭଣ୍ଡାରିପୋଖରୀ ବ୍ଲକ୍ ବିଜୁ ଜନତା ଦଳର ସଭାପତି ଙ୍କ ସମେତ ଯୁବ ଛାତ୍ର ଜନତା ଦଳର ସଭାପତି ଓ ସ୍ଥାନୀୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande