ଜନଚେତନା ବହୁମୁଖୀ ସମବାୟ ସମିତିର ପରିଚାଳନା କମିଟି ବୈଠକ କ୍ଷୁଦ୍ର ବ୍ୟବସାୟୀ ସଭ୍ୟସଭ୍ୟାଙ୍କ ଆର୍ଥୀକ ଅଭିବୃଦ୍ଧିକୁ ଅଗ୍ରାଧିକାର ଦେବ
କେନ୍ଦ୍ରାପଡ଼ା, ୧୧ ଜୁଲାଇ(ହି.ସ.) – କ୍ଷୁଦ୍ର ବ୍ୟବସାୟୀ ସଭ୍ୟସଭ୍ୟାଙ୍କ ଆର୍ଥୀକ ଅଭିବୃଦ୍ଧି ପାଇଁ ଅଗ୍ରାଧିକାର ଭିତିରେ ସହଜ ଋଣ ମଂଜୁର କରାଯିବ । କେନ୍ଦ୍ରାପଡ଼ା ଜନଚେତନା ବହୁମୁଖୀ ସମବାୟ ସମିତିର ପରିଚାଳନା କମିଟି ବୈଠକରେ ଆଜି ଏହି ନିଷ୍ପତି ଗ୍ରହଣ କରାଯାଇଛି । ସମିତିର ସଭାପତି ଅମ୍ବିକା ପ୍ରସାଦ ଦା
ଜନଚେତନା ବହୁମୁଖୀ ସମବାୟ ସମିତିର ପରିଚାଳନା କମିଟି ବୈଠକ କ୍ଷୁଦ୍ର ବ୍ୟବସାୟୀ ସଭ୍ୟସଭ୍ୟାଙ୍କ ଆର୍ଥୀକ ଅଭିବୃଦ୍ଧିକୁ ଅଗ୍ରାଧିକାର ଦେବ


କେନ୍ଦ୍ରାପଡ଼ା, ୧୧ ଜୁଲାଇ(ହି.ସ.) – କ୍ଷୁଦ୍ର ବ୍ୟବସାୟୀ ସଭ୍ୟସଭ୍ୟାଙ୍କ ଆର୍ଥୀକ ଅଭିବୃଦ୍ଧି ପାଇଁ ଅଗ୍ରାଧିକାର ଭିତିରେ ସହଜ ଋଣ ମଂଜୁର କରାଯିବ । କେନ୍ଦ୍ରାପଡ଼ା ଜନଚେତନା ବହୁମୁଖୀ ସମବାୟ ସମିତିର ପରିଚାଳନା କମିଟି ବୈଠକରେ ଆଜି ଏହି ନିଷ୍ପତି ଗ୍ରହଣ କରାଯାଇଛି । ସମିତିର ସଭାପତି ଅମ୍ବିକା ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପସଭାନେତ୍ରୀ ରୋଜାଲିନୀ ଦାସ, କ୍ଷିରୋଦ ପ୍ରାସଦ ସିଂହ, ସରୋଜକାନ୍ତ ସାହୁ, ଗଣେଶ୍ୱର ସାହୁ, ବିଜୟ କୁମାର ଲେଙ୍କା, ଗୋପାଳ ଚନ୍ଦ୍ର ମହାଳିକ, ହେମନ୍ତ କୁମାର ଜେନା, ହିରଣ୍ୟ କୁମାର ପଣ୍ଡା, ଲକ୍ଷ୍ମୀକାନ୍ତ ନାୟକ, ପବିତ୍ର ମୋହନ ସାହୁ, ପ୍ରଦୀପ କୁମାର ତ୍ରିପାଠୀ, ସୁଶ୍ରୀ ଭାନୁପ୍ରିୟା ଖଟୁଆ, ଝରଣା ଦାସ ପ୍ରମୁଖ ନିର୍ଦ୍ଦେଶକମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ବୈଠକରେ ସମିତିର ଅନ୍ୟାନ୍ୟ ପ୍ରସ୍ତାବ ମଧ୍ୟରେ ସମିତିର ଗତ ପରିଚାଳନା କମିଟି ବୈଠକର ବିବରଣୀ ଦୃଢୀକରଣ ସହିତ ତିନି ମାସର ବ୍ୟୟ ପ୍ରସ୍ତାବ,ଋଣ ଆବେଦନ ପ୍ରସ୍ତାବ,ଜାତୀୟ ସ୍ତରରେ ସହବନ୍ଧନ ପ୍ରସ୍ତାବ, ଶୀର୍ଷ ସମବାୟ ସଂସ୍ଥାରେ ଅଂଶଧନ ବୃଦ୍ଧି ଆଦି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande