ସୁବର୍ଣ୍ଣପୁର, 11 ଜୁଲାଇ (ହି.ସ.) : ସୋନପୁର ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଗ୍ରାମଉତଥାନ ଦ୍ଵାରା କେଉଟିପାଲି ଠାରେ ଯୁବ ବିକାଶ କାର୍ଯ୍ୟକ୍ରମର ପ୍ରଥମ ମହଲ୍ଲା ସଭା ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଏକ ବର୍ଷ ହେବ ଯୁବ ବିକାଶ କାର୍ଯ୍ୟକ୍ରମ ଚାଲି ଆସୁଅଛି । ଏହି କାର୍ଯ୍ୟକ୍ରମ ଦି କମୁନିଟି ୟୁଥ୍ କଲେକଟିଭ, ଦିଲ୍ଲୀ ର ସହାୟତାରେ କରାଯାଉଅଛି । ଏହି ମହଲ୍ଲା ସଭାକୁ ଯୁବ
ବିକାଶ କାର୍ଯ୍ୟକ୍ରମର ପରିଚାଳକ କ୍ଷିରେନ୍ଦ୍ର ରଣା କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଓ ପ୍ରିୟଙ୍କା ସେଠି ଓ କାଜଲ ସ୍ଵାଇଁ ତାଙ୍କୁ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ଗ୍ରାମଉତଥାନ୍ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରତାପ କୁମାର ପଧାନ, ୱାର୍ଡ ମେମ୍ବର ନମିନୀ ନାଭ କାଳତା ଓ ଆଶା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଯୁବକ ଯୁବତୀ, ଆଶା, ୱାର୍ଡ ମେମ୍ବର ଓ ଗ୍ରାମବାସୀ ମିଶି ଗ୍ରାମର ସମସ୍ତ ଗଳିକନ୍ଦି ବୁଲି “ବେଟି ବଚାଓ ବେଟି ପଢାଓ” ସଚେତନ କାର୍ଯ୍ଯକ୍ରମ କରିଥିଲେ । ତାପରେ କ୍ଷିରେନ୍ଦ୍ର ରଣା ନିଜେ ଲେଖିଥିବା କବିତା “ମୋତେ ବଞ୍ଚିବାକୁ ଦିଅ” ଏକ କବିତା ପରିବେଷଣ କରିଥିଲେ ଓ ମିତା, ନିତୁ, ପ୍ରିୟଙ୍କା ଓ ସାଥି ନୃତ୍ୟ ପରିବେଷଣ କରିଥିଲେ । ତାପରେ ଅତିଥିମାନେ, ଗ୍ରାମବାସୀ, ଯୁବଗୋଷ୍ଠୀ, ଅଭିଭାବକ ଓ ଅଭିଭାବିକା ମାନେ ଝିଅ ମାନଙ୍କୁ ପାଠ ପଢାଇବା ଓ କନ୍ୟା ଭୃଣହତ୍ୟା ର ସମସ୍ଯାର ସମାଧାନ ବିଷୟରେ ଆଲୋଚନା କରାଯାଇଥିଲା। ଝିଅମାନଙ୍କୁ ପାଠ ପଢାଇବା ସେମାନଙ୍କ ଭବିଷ୍ୟତ ଦୃଷ୍ଟି ଦେବା ବିଷୟରେ ମତବ୍ୟକ୍ତ କରଯାଇଥିଲା । ଶେଷରେ ସିପାନ ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଗ୍ରାମଉତଥାନର ସଦସ୍ୟ ରଶ୍ମିତା ପଧାନ, ସୁବଳ ମେହେର ଓ ମଣ୍ଟୁ ମେହେର ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ୪୦ ଜଣ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ ଓ ଦମାମୁଣ୍ଡା ସମସ୍ତ ଗ୍ରାମବାସୀ ବୃନ୍ଦ ଯୋଗଦାନ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ