କେନ୍ଦୁଝର, 11 ଜୁଲାଇ (ହି.ସ.) ଧିରେ ଧିରେ କେନ୍ଦୁଝର ସହରରେ ମଦ୍ୟପଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଯେଉଁଠି ପାଉଛନ୍ତି ମଦ୍ୟପ ମାନେ ବସି ମଦ ପିଇବା ସହ ଅଶୋଭନୀୟ ବ୍ୟବହାର ମଧ୍ଯ କରୁଥିବା ଅଭିଯୋଗ ହେଉଛି। ଏପରିକି ଖୋଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟ ଏଥିରୁ ବାଦ ଯାଇନାହିଁ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବରଗଛ ତଳେ ସନ୍ଧ୍ୟାରେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ହୋଇଛି। ଏଠାରେ ଅନ୍ଧାରର ସୁଯୋଗ ନେଇ ମଦ୍ୟପ ମାନେ ବିନା ଦ୍ବିଧାରେ ଆହରଣ କରୁଛନ୍ତି। ଏନେଇ ପୋଲିସ ଚେକିଂ ବୃଦ୍ଧି କରିବାକୁ ସାଧାରଣରେ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA