ମାଲକାନଗିରି ପୌର ପରିଷଦ ସହିଦ ନର୍ସିଂ ଡମ ସମାଜ ଗଠନ
ମାଲକାନଗିରି, ୧୧ ଜୁଲାଇ (ହି.ସ.) ମାଲକାନଗିରି ଜିଲ୍ଲା ସହିଦ ନର୍ସିଂ ଡମ ସମାଜର ସଭାପତି, ଉପଦେଷ୍ଟା ପର୍ଶୁରାମ ଭକ୍ତ ଏବଂ ଡମ୍ବରୁ ବାଗଙ୍କ ମାର୍ଗଦର୍ଶନରେ ମାଲକାନଗିରି ପୌର ପରିଷଦ ସହିଦ ନର୍ସିଂ ଡମ ସମାଜ ଗଠନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା କୋର କମିଟି ସଦସ୍ୟା କୁମାରୀ ଭବାନୀ, କଣ୍ଠେଶ୍ବର ପା
ମାଲକାନଗିରି ପୌର ପରିଷଦ ସହିଦ ନର୍ସିଂ ଡମ ସମାଜ ଗଠନ


ମାଲକାନଗିରି, ୧୧ ଜୁଲାଇ (ହି.ସ.)

ମାଲକାନଗିରି ଜିଲ୍ଲା ସହିଦ ନର୍ସିଂ ଡମ ସମାଜର ସଭାପତି, ଉପଦେଷ୍ଟା ପର୍ଶୁରାମ ଭକ୍ତ ଏବଂ ଡମ୍ବରୁ ବାଗଙ୍କ ମାର୍ଗଦର୍ଶନରେ ମାଲକାନଗିରି ପୌର ପରିଷଦ ସହିଦ ନର୍ସିଂ ଡମ ସମାଜ ଗଠନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା କୋର କମିଟି ସଦସ୍ୟା କୁମାରୀ ଭବାନୀ, କଣ୍ଠେଶ୍ବର ପାଟ ଲା, ସର୍ବ କୁମାର ବିଶୋଇ, ସୁଭାଷ ବିଶୋଇ, ସୁଭାଷ ଦଳେଇ, ଶଙ୍କର କ୍ଷିତି, ଶଙ୍କର ପାଣିଗ୍ରାହୀ, ସୁଧୀର କାର୍ତ୍ତିକ, ବସନ୍ତ ନାୟକ, ପ୍ରଫେସର ଚିନ୍ମୟ ମହା ନନ୍ଦଙ୍କ ସମେତ ୨୦୦ରୁ ଊର୍ଦ୍ଧ୍ବ କର୍ମକର୍ତ୍ତା ଉପସ୍ଥିତ ଥିଲେ | ନୂତନ ଭାବେ ଚୟନ ହୋଇଥିବା ପୌର ପରିଷଦର କର୍ମକର୍ତ୍ତା ସମାଜ ପ୍ରତି ଉତ୍ସର୍ଗୀକୃତ ମନୋଭାବ ରଖି କାର୍ଯ୍ୟ କରିବେ ବୋଲି ଶପଥ ନେଇଥିଲେ | ଏହି ଅବସରରେ ସହିଦ ନସିଂ ଡମ ସମାଜର ମାଲକାନଗିରି ପୌରାଞ୍ଚଳ ସଭାପତି ଭାବେ ଟୁନା ଗରଡ଼ା ମନୋନୀତ ହୋଇଥିଲେ। ସେହିପରି ସମ୍ପାଦକ ଭାବେ ଭଗବାନ ହରିଜନ, ଉପସଭାପତି ଭାବେ ରାମ କୁମାର, ଗଣେଶ ନିଆଲ, ସରୋଜ ଦଳେଇ, କୁଶ ନାଗ, ସୋମନାଥ ସଗଡ଼ିଆ ଏବଂ କୋଷାଧ୍ୟକ୍ଷ ଭାବେ କାଳିଦାସ ସଗଡ଼ିଆ ମନୋନୀତ ହୋଇଥିଲେ | ଶେଷରେ ସହିଦ ନସିଂ ଡମ ସମାଜ ସମ୍ପାଦକ ତୁଳସୀରାମ ଦଳେଇ ଧବ୍ୟବାଦ ଅର୍ପଣ କରିଥିଲେ |

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande