ଜୟପୁର, ୧୧ ଜୁଲାଇ (ହି.ସ.)- ଜିଲ୍ଲାପାଳ କୋରାପୁଟ ଭି କୀର୍ତ୍ତି ୱାସନଙ୍କ ଉଦ୍ୟମରେ ଏଵେ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଁ ଭିନ୍ନକ୍ଷମ ବ୍ୟକ୍ତି ବିଶେଷଙ୍କୁ କୋରାପୁଟ ସଦର ମହକୁମା ଓ ଜୟପୁର ସହିତ ଏଣିକି ନିଜ ବ୍ଲକ ସ୍ତରରେ ବ୍ଲକ ସଦର ମହକୁମାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେଇ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇ ପାରିବେ। ଏହି ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଟାଙ୍ଗି ବ୍ଲକ ଠାରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ଆଜି ଏହି ଅବସରରେ ୧୯୮ ଜଣ ଭିନ୍ନକ୍ଷମ ପଞ୍ଜିକରଣ କରିଥିଲେ। ସେଥିମଧ୍ୟରୁ ୧୮୪ ଜଣ ପ୍ରମାଣପତ୍ର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ସେଥିମଧ୍ୟରୁ ଚଳନ ବାଧିତ ଦିବ୍ୟାଙ୍ଗ୧୧୦ ଜଣ, ଦୃଷ୍ଟି ବାଧିତ୨୬ ଜଣ, ଶ୍ରାବଣ ବାଧିତ୨୬ ଜଣ, ମାନସିକ ଅନଗ୍ରସର ୧୮ ଜଣ, ରକ୍ତଶିକୁଳି ୪ ଜଣ ବିବେଚିତ ହୋଇଥିଲେ।
ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ବ୍ଲକ ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହଯୋଗ କରିଥିଲେ। ଏହା କରିବା ଦ୍ୱାରା ଲୋକ ମାନଙ୍କୁ କଷ୍ଟ ସ୍ୱୀକାର କରି ଜିଲ୍ଲା ସଦର ମହକୁମା ଓ ଜୟପୁର ଆସିବାକୁ ପଡିବ ନାହିଁ।
ହିନ୍ଦୁସ୍ଥାନ ସମାଚାର / ପିକେପି