ଜୟପୁର ବ୍ଲକ ସଭାଗୃହରେ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ
ଜୟପୁର, ୧୧ ଜୁଲାଇ (ହି.ସ.)- ଜୟପୁର ବ୍ଲକ ସଭାଗୃହରେ ଆଜି ଦିନ ୧୦ ଟାରେ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସଂନ୍ଧ୍ୟା ୫ଟାରେ ଶେଷ ହୋଇଛି । ଏହି ପ୍ରଶିକ୍ଷଣ ଶିବିରରେ ଜୟପୁର ଏବିଡିଓ ମନୋଜ ନାୟକ, ବିଏଲଓ ସୁପର ଭାଇଜର ପ୍ରମୁଖ ଉପସ୍ଥିତ ରହି ତାଲିମ ଦେଇଥିଲେ । ଏଠାରେ ବୁଥ ସ୍ତରୀୟ ଅ
ଜୟପୁର ବ୍ଲକ ସଭାଗୃହରେ ଜାତୀୟ ପ୍ରଶିକ୍ଷଣ କାଯ୍ୟକ୍ରମ ଉଦଯାପିତ


ଜୟପୁର, ୧୧ ଜୁଲାଇ (ହି.ସ.)- ଜୟପୁର ବ୍ଲକ ସଭାଗୃହରେ ଆଜି ଦିନ ୧୦ ଟାରେ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସଂନ୍ଧ୍ୟା ୫ଟାରେ ଶେଷ ହୋଇଛି । ଏହି ପ୍ରଶିକ୍ଷଣ ଶିବିରରେ ଜୟପୁର ଏବିଡିଓ ମନୋଜ ନାୟକ, ବିଏଲଓ ସୁପର ଭାଇଜର ପ୍ରମୁଖ ଉପସ୍ଥିତ ରହି ତାଲିମ ଦେଇଥିଲେ । ଏଠାରେ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ତାଲିମ ଦିଆଯାଇଥିଲା । ଦୁଇ ଦିନ ଧରି ଚାଲିଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ନୂତନ ଭୋଟରଙ୍କ ନାମ ପଞ୍ଜିକରଣ, ସଂଶୋଧନ ଓ ବାଦ ନେଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ବିଭିନ୍ନ ଧାରା ଓ ଉପଧାରା ସଂପର୍କରେ ଶିକ୍ଷକ କିରଣ ମହାରଣା ପ୍ରଶିକ୍ଷଣ ଦେଇଥିଲେ । ବୁଥ ସ୍ତରୀୟ ଅଧିକାରୀଙ୍କ ଭୂମିକା ଏବଂ କର୍ତବ୍ୟ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ଘର ଘର ସର୍ଭେ କରିବା ଭୋଟରଙ୍କ ଘରକୁ ଯିବା ସମୟରେ ନିଜ ପରିଚୟ ଦେବା, ପରିଚୟ ପତ୍ର, ନିଯୁକ୍ତି କ୍ରମ ଦେଖାଇବା ନିର୍ବାଚନ କମିଶନର ନିର୍ଦ୍ଦେଶ କ୍ରମେ ଘରକୁ ଆସିଥିବା ସୂଚନା ଦେବା ଆଦି ପ୍ରଶିକ୍ଷଣ ଦିଆଯାଇଥିଲା । ଜୟପୁର ବ୍ଲକରେ ୯୯ଟି ବୁଥ ର ବିଏଲଓଙ୍କ ବିଏଲଓ ସୁପରଭାଇଜକଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande